ସିନେମାରେ ନାୟକଙ୍କ ସହ ନାୟିକାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସନ୍ତି । ଏହା ବ୍ୟତୀତ ନାୟିକାମାନେ ସିନେମାକୁ ଏକ ଅଲଗା ଗ୍ଲାମରସ ଲୁକ ମଧ୍ୟ ଦିଅନ୍ତି । କିନ୍ତୁ ଏପରି କିଛି ନାୟିକା ଅଛନ୍ତି ଯେଉଁମାନେ ପରଦାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ କରିବା ସତ୍ୱେ ବଲିଉଡ ଜଗତରେ ବେଶୀ ଦିନ ତିଷ୍ଠି ରହିପାରି ନାହାନ୍ତି । ସେମାନଙ୍କ ବଲିଉଡ କ୍ୟାରିୟର ଯେମିତି ଡୁବିଯାଇଛି । ଆସନ୍ତୁ ଜାଣିବା ଏପରି କିଛି ବଲିଉଡ ନାୟିକାଙ୍କ ଉପରେ ଯେଉଁମାନେ ସିନେମାରେ ଅଙ୍ଗ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ ମଧ୍ୟ କ୍ୟାରିୟରରେ ଅସଫଳ ହୋଇଛନ୍ତି।
ତନୁଶ୍ରୀଦତ୍ତ : ତନୁଶ୍ରୀ ଦତ୍ତ ବଲିଉଡର ସିରିଏଲ କିସର ଇମରାନ ହାସମୀଙ୍କ ସହ ‘ଆଶ୍ୱିକ ବନାୟା ଆପନେ’ ସିନେମାରେ ଭରପୁର ଅଙ୍ଗ ପ୍ରଦର୍ଶନ କରିଥିଲେ । କିନ୍ତୁ ଏପରି କରିବା ପରେ ବି ବଲିଉଡରେ ସେ ବେଶୀଦିନ ତିଷ୍ଠି ନପାରି ଫ୍ଲପ ସାବ୍ୟସ୍ତ ହୋଇଥିଲେ । ଧୀରେ ଧୀରେ ସିନେମାରୁ ସନ୍ୟାସୀ ନେଇଯାଇଥିଲେ ତନୁଶ୍ରୀ ।
ନେହାଧୂପିଆ : ନେହା ଧୂପିଆ ‘ଜୁଲି’ ଓ ‘ଶୀଶା’ ପରି ସିନେମାରେ କାମ କରିଛନ୍ତି ଯେଉଁ ସିନେମାରେ ତାଙ୍କୁ ଅଭିନୟ ଠାରୁ ଅଧିକ ଅଙ୍ଗ ପ୍ରଦର୍ଶନ କରିବାକୁ ପଡିଥିଲା । ସିନେମାରେ ଏତେ କରିବା ପରେ ବି ବଲିଉଡରେ ତାଙ୍କ କ୍ୟାରିୟର ଗାଡି ଚାଲିପାରିନଥିଲା ।
ଉଦିତାଗୋସ୍ୱାମୀ : ‘ପାପ’, ‘ଜହର’ ଓ ‘ଅକ୍ସର’ ପରି ସିନେମାରେ ବହୁତ ବୋଲ୍ଡ ସିନ ଦେଇଥିଲେ ଉଦିତା ଗୋସ୍ୱାମୀ । ଯାହା ସେତେବେଳେ ବି ଟାଉନରେ ଆଲେଚନାର ବିଷୟ ପାଲଟିଯାଇଥିଲା । ତଥାପି ସେ ବଲିଉଡ ଜଗତରୁ ଅଚାନକ ଗାୟବ ହୋଇଗଲେ ।
ସମୀରାରେଡ୍ଡୀ : ସମୀରା ରେଡ୍ଡୀ ‘ମୁସାଫିର’ ସିନେମାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ କରିଥିଲେ । ଏହି ନାୟିକା ଜଣକ ଯଦିଓ ବୋଲ୍ଡ ସିନ୍ ଦେବାରେ ସଫଳ ହେଲେ କିନ୍ତୁ ଦର୍ଶକଙ୍କ ମନକୁ ଜିତିବାରେ ଅସଫଳ ହୋଇଥିଲେ ।
ନନ୍ଦନାସେନ୍ : ନନ୍ଦନା ସେନ୍ ରଣଦୀପ ହୁଡ୍ଡାଙ୍କ ସହ ‘ରଙ୍ଗ ରସିଆ’ ସିନେମାରେ ବହୁତ ବୋଲ୍ଡ ସିନ୍ ଦେଇଛନ୍ତି । କିନ୍ତୁ ଏହି ବୋଲ୍ଡ ସିନ୍ ତାଙ୍କ କ୍ୟାରିୟରକୁ ମାଇଲେଜ୍ ଦେଇପାରିଲାନି । ଫଳରେ ସଫଳ ହେବାର ସ୍ୱପ୍ନ ଅଧାରେ ରହିଗଲା ।
ସେଲିନାଜେଟଲୀ: ଫିରୋଜ ଖାନଙ୍କ ସିନେମା ‘ଜାନଶୀ’ରୁ ସେଲିନା ଜେଟଲୀ ନିଜର ପେଶାଦାର ଜୀବନର ଆରମ୍ଭ କରିଥିଲେ ଯେଉଁଠି ସେ ଭରପୁର ଅଙ୍ଗ ପ୍ରଦର୍ଶନ କରିଥିଲେ । କିନ୍ତୁ ଏସବୁ ସତ୍ୱେ ଏ ସିନେମା ଦର୍ଶକଙ୍କୁ ପସନ୍ଦ ଆସିନଥିଲା । ଏହା ପରେ ରେଡ ସିନେମାରେ ମଧ୍ୟ ସେ ବୋଲ୍ଡ ସିନ ଦେଇଥିଲେ କିନ୍ତୁ ତଥାପି କ୍ୟାରିୟର ତାଙ୍କର ବୋଲ୍ଡ ହୋଇ ପାରିନଥିଲା ।