ସିନେମା ବଦଳରେ ରାତି ବିତାଇବାକୁ ଅଫର୍ ! କାଷ୍ଟିଂକାଉଚ୍ ଜାଲରେ ବଲିଉଡର ନାମୀ ଅଭିନେତ୍ରୀ

46

ଚିକମିକ୍ ଆଲୁଅରେ ଝଲସୁଥିବା ବଲିଉଡର ବାହାର ଚେହେରା ସମସ୍ତେ ଦେଖିଛନ୍ତି । କିନ୍ତୁ ଏହା ପଛର ଥିବା କଳା କାହାଣୀ ବୋଧେ ଖୁବ୍ କମ୍ ଲୋକଙ୍କୁ ଜଣା । କେବଳ ଓଲିଉଡ୍ ନୁହେଁ କାଷ୍ଟିଂ କାଉଚର ଚେର ବଲିଉଡ୍ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି । ଅନେକ ନାୟିକାଙ୍କୁ ସିନେମାରେ ଅଭିନୟର ସୁଯୋଗ ଦେଇ ନିର୍ଦେଶକ ଏବଂ ପ୍ରଯୋଜକଙ୍କ ସହ ରାତି ବିତାଇବାକୁ କୁହାଯାଇଥାଏ । ଯାହାର ଖୁଲାସା ଧୀରେ ଧୀରେ ଅନେକ ନାମୀ ଦାମୀ ଅଭିନେତ୍ରୀ କରି ସାରିଛନ୍ତି । ଏବେ ଦେଖନ୍ତୁ କେଉଁ କେଉଁ ଅଭିନେତ୍ରୀ ନା କେବଳ ଏହାର ସାମ୍ନା କରିଛନ୍ତି ବରଂ ଏନେଇ ମୁହଁ ମଧ୍ୟ ଖୋଲିଛନ୍ତି ।

ସୁରବିନ୍ ଚାୱଲା : ସୁରବିନ୍ ଚାୱଲା ନିଜ ବୋଲ୍ଡ ଏବଂ ମତୁଆଲା ଅନ୍ଦାଜ ପାଇଁ ଦର୍ଶକଙ୍କ ହୃଦୟ ଲୁଟି ସାରିଛନ୍ତିି । ତେବେ କିଛି ଦିନ ତଳେ ଏକ ସାକ୍ଷାତକାରରେ ସୁରବିନ୍ କାଷ୍ଟିଂ କାଉଚ୍ ନେଇ ମୁହଁ ଖୋଲିଥିଲେ । କହିଥିଲେ ତାଙ୍କୁ ସିନେମାରେ ଅଫର୍ ଦେବାକୁ କହି ନିର୍ଦେଶକ ତାଙ୍କ ସହ ରାତି ବିତାଇବାକୁ କହିଥିଲେ । ତେବେ ସେ ଏନେଇ ମନା କରିବାରୁ ତାଙ୍କୁ ଉକ୍ତ ସିନେମାରୁ ବାହାର ମଧ୍ୟ କରିଦିଆଯାଇଥିଲା ।

ମମତା କୁଲକର୍ଣ୍ଣୀ : ବିଗତ ଦିନର ହିଟ୍ ତଥା ହଟ୍ ନାୟିକା ମମତା କୁଲକର୍ଣ୍ଣୀ ନିଜର ବୋଲ୍ଟ ସିନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ମମତା ଏକ ସାକ୍ଷାତକାରରେ କହିଥିଲେ ନିର୍ଦେଶକ ରାଜକୁମାର ସନ୍ତୋଷୀ ତାଙ୍କୁ ଏକ ସିନେମାରେ କାମ ଦେବା ବଦଳରେ ରାତି ବିତାଇବାକୁ ଅଫର୍ ଦେଇଥିଲେ ।

କଙ୍ଗନା ରଣାୱତ୍ : ବଲିଉଡ କୁଇନ୍ କଙ୍ଗନା ରଣାୱତ୍ । ନିଜର ଦମଦାର୍ ଅଭିନୟ ପାଇଁ ତିନି ଥର ନ୍ୟାସନାଲ୍ ଆୱାର୍ଡ ପାଇଛନ୍ତି । ତେବେ ବଲିଉଡର ଏହି କୁଇନଙ୍କୁ ମଧ୍ୟ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା । କଙ୍ଗନାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ସିନେମା ‘ତନୁ ୱେଡସ ମନୁ’ର ଅଡିସନ୍ ଦେବାକୁ ଯାଇଥିଲେ ସେତେବେଳେ ତାଙ୍କୁ ଉଭୟ ନିର୍ଦେଶକ ଓ ପ୍ରାଯୋଜକଙ୍କ ସହ ୭ ଦିନ ରାତି ବିତାଇବାକୁ ଅଫର୍ ଦିଆଯାଇଥିଲା ।
କଳକୀ କୋଚଲିନ୍ : କଳକୀଙ୍କୁ ମଧ୍ୟ କ୍ୟାରିୟରର ଆରମ୍ଭରେ ଏମିିତି ଅନେକ ଅଫର୍ ମିଳିସାରିଛି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଳକୀ ଏହି ଅଫର ସବୁ ଗ୍ରହଣ ମଧ୍ୟ କରିଛନ୍ତି । ଆଉ ଏକଥା ନିଜେ କଳକୀ ସ୍ୱୀକାର କରିଛନ୍ତି ।

ପ୍ରୀତି ଜୈନ୍ : କାଷ୍ଟିଂ କାଉଚ ନେଇ ଜଣାଶୁଣା ନିର୍ଦେଶକ ମଧୁର ଭଣ୍ଡାରକରଙ୍କ ଉପରେ ମଡେଲ ପ୍ରୀତି ଜୈନ୍ ମାମଲା ମଧ୍ୟ ରୁଜୁ କରି ସାରିଛନ୍ତି । ପ୍ରୀତିଙ୍କ ଅଭିଯୋଗ ଅନୁଯାୟୀ, ମଧୁର ଭଣ୍ଡାରକର୍ କାମ ଦେବା କହି ତାଙ୍କ ସହ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ ଶାରୀରିକ ସଂପର୍କ ରଖିଲେ କିନ୍ତୁ ସିନେମାରେ କାମ ଦେଲେ ନାହିଁ ।

ପାୟଲ ରହତୋଗୀ : ପାୟଲଙ୍କ କହିବା ଅନୁଯାୟୀ, ସିନେମାରେ କାମ ଦେବା ବଦଳରେ ନିର୍ଦେଶକ ଦିବାକର ବାନାର୍ଜୀ ଜୋର ଜବରଦସ୍ତ ତାଙ୍କ ଡ୍ରେସ୍ ଖୋଲିଥିଲେ ।

ଟିସ୍କା ଚୋପ୍ରା : ଟିସ୍କା ଚୋପ୍ରା ଟେଲିଭିଜନ ଦୁନିଆର ଏକ ଜଣାଶୁଣା ଚେହେରା । କେବଳ ଛୋଟ ପରଦାରେ ନୁହେଁ ବଡ ପରଦାରେ ମଧ୍ୟ ଟିସ୍କା ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ତେବେ ଟିସ୍କା ଏକ ଶୋ’ ମାଧ୍ୟମରେ ଏକ ଚାଂଚଲ୍ୟକର ଖୁଲାସା କରିଥିଲେ । ସେ କହିଥିଲେ ସିନେମା ତିଆରି କରିବା ସମୟରେ ନବାଗତା ନାୟିକାମାନଙ୍କ ସହ ଏକ ଗୁପ୍ତ ଡିଲ୍ କରାଯାଇଥାଏ । ଯାହାକୁ କାଷ୍ଟିଂ କାଉଚ୍ କୁହାଯାଇଥାଏ । ଏହି ଡିଲରେ ନାୟିକାମାନେ କେତେବେଳେ କାହା ସହ ରାତି ବିତାଇବାକୁ ପଡିବ ତାହା ଲେଖାଯାଇଥାଏ । ଏପରିକି ସେ ନିଜେ ମଧ୍ୟ ଏହାର ଶିକାର ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଧୋକ୍କା ଦେଲେ ଅଭିନେତା ! ନିର୍ବନ୍ଧର ମାତ୍ର ୪ ଦିନ ପରେ ଭାଙ୍ଗିଲା ଜୁହିଙ୍କ ସଂପର୍କ