ଧୋକ୍କା ଦେଲେ ଅଭିନେତା ! ନିର୍ବନ୍ଧର ମାତ୍ର ୪ ଦିନ ପରେ ଭାଙ୍ଗିଲା ଜୁହିଙ୍କ ସଂପର୍କ

19

ବଲିଉଡର ଚୁଲବୁଲି ନାୟିକା ଜୁହି ଚାୱଲା ଏବଂ ତାଙ୍କ ସ୍ୱାମୀ ଜୟ ମେହତାଙ୍କ ବିଷୟରେ ସମସ୍ତେ ଜାଣନ୍ତି । ଉଭୟ ଦୀର୍ଘ ଦିନ ହେବ ବିବାହ କରିବା ସହ ଏହି ସଂପର୍କକୁ ନେଇ ଖୁବ୍ ଖୁସି ମଧ୍ୟ ଅଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ବିବାହ ପୂର୍ବରୁ ଜୁହିଙ୍କର ନିର୍ବନ୍ଧ ଅନ୍ୟ ଜଣଙ୍କ ସହ ହୋଇଥିଲା । ହେଲେ ମାତ୍ର ୪ ଦିନ ପରେ ଏହା ଭାଙ୍ଗି ଯାଇଥିଲା । କାରଣ ନିର୍ବନ୍ଧ କରିବାର ୪ଦିନ ପରେ ହିଁ ପୁଅ ନିଜେ ନିର୍ବନ୍ଧ ମୁଦିଟି ଜୁହିଙ୍କ ଠାରୁ ମାଗି କି ନେଇଯାଇଥିଲେ ।

ଜୁହିଙ୍କର ଜୀବନ ସହିତ ଜଡିତ ଏହି ଘଟଣାଟି ଅନେକ ମଜାଦାର । ଏଥିପାଇଁ କାରଣ ଏଥିରେ ଗୋଟିଏ ଛୋଟ ପିଲାର ନୀରିହତା ସାମିଲ ଥିଲା । ପ୍ରକୃତରେ ଜୁହିଙ୍କ ନିର୍ବନ୍ଧ ଗୋଟିଏ ଛୋଟ ପିଲା ସହ ହୋଇଥିଲା । ଘଟଣାଟି ସିନେମା ‘କୟାମତ ସେ କୟାମତ’ର ସୁଟିଂ ସେଟରେ ହୋଇଥିଲା । ତେବେ ଏହି ଛୋଟ ପିଲାଟି ଆଉ କେହି ନୁହେଁ ବରଂ ଆମୀର ଖାନଙ୍କ ଭଣଜା ଇମରାନ୍ ଖାନ୍ ଯିଏ ସିନେମାରେ ଆମୀରଙ୍କ ପିଲାବେଳର ଅଭିନୟ କରୁଥିଲେ । ଆଉ ସେତେବେଳେ ଇମରାନଙ୍କ ବୟସ ମାତ୍ର ୫ବର୍ଷ ହୋଇଥିଲା ।

ଏହି ସିନେମାର ସୁଟିଂ ବେଳେ ଜୁହି ଏବଂ ଇମରାନ ଖୁବ୍ ଭଲ ସାଙ୍ଗ ହୋଇଯାଇଥିଲେ । ତେବେ କିଛି ଦିନ ପରେ ଇମରାନ୍ ଜୁହିଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ । ସମସ୍ତେ ବୁଝାଇବା ପରେ ମଧ୍ୟ ଇମରାନ୍ ମାନି ନଥିଲେ । କାଳେ ଜୁହି ଆଉ କାହାକୁ ବାହା ହୋଇଯିବେ ସେହି ଡରରେ ଇମରାନ୍ ତାଙ୍କୁ ମୁଦି ପିନ୍ଧାଇବାକୁ ଚାହିଁଥିଲେ । ଏଥିପାଇଁ ସେ ନିଜ ମା’ଙ୍କଠାରୁ ମୁଦି ଆଣି ସେଟରେ ସମସ୍ତଙ୍କ ସାମ୍ନାରେ ଜୁହିଙ୍କୁ ଉକ୍ତ ମୁଦିଟି ପିନ୍ଧାଇ ଥିଲେ । ଜୁହି ମଧ୍ୟ ସେହି ମୁଦିଟିକୁ ସବୁଦିନ ପିନ୍ଧି ସେଟକୁ ଆସୁଥିଲେ ।

ତେବେ ହଠାତ୍ ଦିନେ ଇମରାନ୍ ଆସି ଜୁହିଙ୍କୁ ଉକ୍ତ ମୁଦିଟି ଫେରାଇଦେବାକୁ କହିଥିଲେ । ଯେତେବେଳେ ଜୁହି କହିଲେ ଏହି ମୁଦିଟି ତାଙ୍କ ନିର୍ବନ୍ଧ ମୁଦି ଏବଂ ଏହା ତାଙ୍କର ହୋଇସାରିଛି ବୋଲି ତଥାପି ଇମରାନ୍ ନିଜ ଯିଦରେ ଅଡି ବସିଥିଲେ । ଏବଂ କହିଲେ ଏହି ମୁଦିଟି ତମର ନୁହେଁ ମୋ ମା’ଙ୍କର । ଏହା ସହ କହିଥିଲେ ମୁଦିଟି ତୁମ ଆଙ୍ଗୁଠିରେ ନୁହେଁ ମୋ ମା’ଙ୍କ ଆଙ୍ଗୁଠିକୁ ଭଲ ଦେଖାଯାଉଛି । ବାସ୍ ତାପରେ ଇମରାନଙ୍କ ଯିଦ ଆଗରେ ହାରିଯାଇ ଜୁହିଙ୍କୁ ମୁଦିଟିକୁ ଫେରାଇବାକୁ ପଡିଥିଲା । ଏହିପରି ନିର୍ବନ୍ଧର ୪ ଦିନ ପରେ ଜୁହିଙ୍କ ସଂପର୍କ ଭାଙ୍ଗି ଯାଇଥିଲା ।