ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ବିନ୍ଦାସ ଅନ୍ଦାଜ ପରଦା ଉପରେ ଯେପରି ଦେଖିବାକୁ ମିଳେ ପରଦା ପଛରେ ମଧ୍ୟ ସେ ବିଲକୁଲ ସେହିପରି । ସିନେମା ବ୍ୟତିତ ସେ ନିଜର ରୋକଠୋକ କଥାବାର୍ତ୍ତା ପାଇଁ ବଲିଉଡ ଜଗତରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ନିକଟରେ ହ୍ରିତିକ ରୋଶନଙ୍କ ସହ ହୋଇଥିବା ତାଙ୍କ ବିବାଦ ପରେ ଏକଥା ଆଉ କାହାକୁ ଅଛପା ନାହିଁ । କିନ୍ତୁ ଏବେ କଙ୍ଗନାଙ୍କ ଆଉ ଏକ ନୂଆ ରୂପ ଦେଖିବାକୁ ମିଳିଛି ।
ନିକଟରେ ହୋଇଥିବା ଏକ ସାକ୍ଷାତକାରେ କଙ୍ଗନା କହିଛନ୍ତି ‘ମୁଁ ଏବେ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇସାରିଛି' ଏବଂ ଏପରି ବୟସରେ ମୁଁ ଉପନୀତ ହୋଇ ସାରିଛି ଯେ ଏବେ ମା ହେବାକୁ ଚାହିୁଁଛି ବୋଲି ସେ ପ୍ରକାଶ କରିଛନ୍ତି । ଜୀବନରେ ଏପରି କିଛି କଥା ସେ ସର୍ବସମ୍ମୁଖରେ କହିବେ ବୋଲି କେବେ ବି ଭାବି ନଥିଲେ ବୋଲି ମଧ୍ୟ କଙ୍ଗନା ପ୍ରକାଶ କରିଛନ୍ତି । ଏବେ ଆଗକୁ ଦେଖିବାକୁ ବାକି ରହିଲା କଙ୍ଗନାଙ୍କ ଏହି ଇଚ୍ଛା କେବେ ପୂରଣ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/8j.jpg)