ବଲିଉଡ୍ କଳାକାରଙ୍କ ସ୍ୱତନ୍ତ୍ର ଦୀପାବଳି ! ମାୟାନଗରୀର ନାୟିକାଙ୍କ ଘରେ ନିଆରା ଆସର

70

ବଲିଉଡ୍ ବିଉଟି ପାଳୁଛନ୍ତି ଦୀପାବଳି । ଆଲୁଅର ପର୍ବକୁ ସ୍ୱାଗତ କରିବାକୁ ଅଭିନେତ୍ରୀ ଶମା ସିକନ୍ଦରଙ୍କ ଘରେ ବସିଛି ନିଆରା ଆସର । ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳୁଛନ୍ତି ବଲିଉଡର ଏହି ସୁପରିଚିତ ଅଭିନେତ୍ରୀ । ଦୀପ ସହ ପାରମ୍ପରିକ ଢଙ୍ଗରେ ଫେଷ୍ଟିଭ୍ ମୁଡର ମଜା ନେଉଛନ୍ତି ଶମା । ଦୀପ ଜଳାଇ ସ୍ୱାଗତ କରିଛନ୍ତି ଦୀପାବଳିକୁ ।

ପୂର୍ବରୁ ଅଧିକାଂଶ ଦୀପାବଳିରେ କାମ ରହୁ ଥିବାରୁ ଟେଲି କୁଇନ୍ ରାଗିଣୀ ଖନ୍ନାଙ୍କୁ ଫୁରସତ ମିଳୁନଥିଲା ଦୀପାବଳି ପାଇଁ । କିନ୍ତୁ ଏଥରକ କାମରୁ ସମୟ ବାହାର କରି ଘରେ ଦୀପାବଳି ମନାଇଛନ୍ତି ଏହି ଆଗଧାଡ଼ିର ଅଭିନେତ୍ରୀ । ସ୍ୱେଚ୍ଛାସେବୀ ସଂଗଠନ ଅଦ୍ୱିତୀୟରେ ଥିବା ଦିବ୍ୟାଙ୍ଗମାନଙ୍କ ସହ ଦିୱାଲି ପାଳିଛନ୍ତି ରାଗିଣୀ । ତାଙ୍କ ସହ କଣ୍ଠ ଶିଳ୍ପୀ ପ୍ରଜକ୍ତା ଶୁକ୍ରେ ଓ ପ୍ରଯୋଜକ ପଙ୍କଜ ନାରାୟଣ ମଧ୍ୟ ପାଳିଛନ୍ତି ଦୀପାବଳି । ସମୟ ଅଛି ଓ ସୁଯୋଗ ଅଛି ତେଣୁ ମାୟାନଗରୀର ଦୁଇ ଅଭିନେତ୍ରୀ ଶମା ଓ ରାଗିଣୀ ଭରପୁର ମଜା ଉଠାଉଛନ୍ତି ଦୀପାବଳିର । ଏହି ଅବସରରେ ପ୍ରଶଂସକଙ୍କୁ ଶୁଭ କାମନା ଜଣାଇବା ସହ ସୁରକ୍ଷିତ ଦୀପାବଳିର ଟିପ୍ସ ଦେଇଛନ୍ତି ୨ବଲିଉଡ ନାୟିକା ।

ଆଲୁଅର ପର୍ବକୁ ସ୍ୱାଗତ କରିବାକୁ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଘରେ ବସିଛି ନିଆରା ଆସର । ପରିବାର ସଦସ୍ୟଙ୍କ ସହ ଦୀପାବଳି ପାଳୁଛନ୍ତି ବାହୁବଲୀର ଏହି ସୁପରିଚିତ ଅଭିନେତ୍ରୀ । ଫୁଲ, ଦୀପ ସହ ପାରମ୍ପରିକ ଢଙ୍ଗରେ ଫେଷ୍ଟିଭ୍ ମୁଡ୍ର ମଜା ନେଉଛନ୍ତି ତମନ୍ନା । ପୂର୍ବରୁ ଅଧିକାଂଶ ଦୀପାବଳିରେ କାମ ରହୁଥିବାରୁ ତାଙ୍କୁ ଫୁରସତ ମିଳୁନଥିଲା ଦୀପାବଳି ପାଇଁ । କିନ୍ତୁ ଏଥରକ କାମରୁ ସମୟ ବାହାର କରି ଘରେ ଦୀପାବଳି ମନାଇଛନ୍ତି ଏହି ଆଗଧାଡ଼ିର ଅଭିନେତ୍ରୀ । ବାହୁବଳୀ ଓ ହିମତୱାଲା ପରି ଏକାଧିକ ସୁପରହିଟ୍ ଚଳଚ୍ଚିତ୍ରରେ ତମନ୍ନା ଅଭିନୟ କରିସାରିଛନ୍ତି । ଆଗକୁ ମଧ୍ୟ ତାଙ୍କର ଏକାଧିକ ଫିଲ୍ମ ଫ୍ଲୋରରେ ରହିଛି ।

ଦୀପାବଳି ପାଳନ କରିବାର ଅସଲ ମଜା ଆସିଥାଏ ବାଣ ଫୁଟାଇବାରେ । ପରିବେଶ ପ୍ରଦୂଷଣକୁ ନେଇ ଅନେକ ସଚେତନତା ଜାରି କରାଯାଇଥିଲେ ବି, ଲୋକ ବାଣ ଫୁଟାଇବାକୁ ଭୁଲି ନଥାନ୍ତି । ସେଥିପାଇଁ ଧ୍ୟାନ ରଖିବେ, ବାଣ ଫୁଟାଇବା ସମୟରେ ସଚେତନତା ଅବଲମ୍ବନ କରିବେ । ସୁରକ୍ଷିତ ଭାବେ ଦୀପାବଳି ପାଳନ କରି ଏହି ଉତ୍ସବର ଆନନ୍ଦ ନେବେ ।