ଡାକ୍ତରଖାନାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅସୀନ ! ବ୍ୟକ୍ତିଗତ ରଖିଥିଲେ ମା’ ହେବା କଥା

38

ଦକ୍ଷିଣୀ ସିନେମା ତଥା ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଅସୀନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅସୀନ ଗତକାଲି କୋଚିର ଏକ ଡାକ୍ତରଖାନାରେ ଶିଶୁକ୍ୟାକୁ ଜନ୍ମ ଦେଇଛନ୍ତି ।ତେବେ ଅସୀନ ମା’ ହେବା କଥା ନିତାନ୍ତ ବ୍ୟକ୍ତିଗତ ରଖିଥିଲେ । ଅଭିନେତ୍ରୀ ଅସୀନଙ୍କ ଶିଶୁକନ୍ୟା ଜନ୍ମ ଦେଇଥିବା କଥା ତାଙ୍କ ସ୍ୱାମୀ ସମସ୍ତଙ୍କୁ ଜଣାଇଛନ୍ତି । ତାଙ୍କ ଘରକୁ ଆସିଥିବା ଏହି ନୂଆ ଅତିଥି ପାଇଁ ସେମାନେ ଓ ତାଙ୍କ ପରିବାର ବହୁତ ଖୁସି ଅଛନ୍ତି ବୋଲି ସୋସିିଆଲ ମିଡିଆରେ ତାଙ୍କ ସ୍ୱାମୀ ରାହୁଲ କହିଛନ୍ତି । ଅକ୍ଷୟ କୁମାର ଅସୀନଙ୍କ ନବଜାତ କନ୍ୟାକୁ ଧରି ଏକ ଫଟୋ ଉଠାଇ ନିଜ ଟ୍ୱିଟର ଅକାକାଉଂଟରେ ଶେୟାର କରିଛନ୍ତି । ଅସୀନ ମଧ୍ୟ ତାଙ୍କ ଶିଶୁ କନ୍ୟାର ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ସୂଚନାଯୋଗ୍ୟ ଅସୀନ ୨୦୧୬ରେ ମାଇକ୍ରୋମ୍ୟାକ୍ସର ସହ ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ପ୍ରଥମେ ଚର୍ଚ୍ଚରେ ଏବଂ ପରେ ହିନ୍ଦୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ  ଅସୀନ ଓ ରାହୁଲ ଶର୍ମାଙ୍କ ବନ୍ଧୁ ତଥା ବଲିଉଡ଼ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ହସ୍ପିଟାଲରେ ପହଂଚି ସେମାନଙ୍କୁ ସରପ୍ରାଇଜ ଦେଇଥିଲେ । ସୂଚନାଯୋଗ୍ୟ ଅସୀନ ଓ ରାହୁଲଙ୍କ ପ୍ରେମସମ୍ପର୍କକୁ ବିବାହର ରୂପ ଦେବାରେ ଅକ୍ଷୟ କୁମାରଙ୍କ ଏକ ବଡ ଅବଦାନ ରହିଛି ।