ପରଲୋକରେ ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁର : ମୁମ୍ବାଇର ଘରୋଇ ଡାକ୍ତରଖାନାରେ ୬୭ ବର୍ଷ ବୟସରେ ଦେହାନ୍ତ, ଟ୍ୱିଟ୍ କରି ଦୁଃଖ ପ୍ରକାଶ କଲେ ବିଗ ବି ଅମତାଭ ବଚ୍ଚନ

2,999

କନକ ବ୍ୟୁରୋ : ବଲିଉଡ଼୍ ପାଇଁ କଳାଦିନ । କାଲି ଜଣେ ଅଭିଜ୍ଞ ଅଭିନେତାଙ୍କ ଦେହାନ୍ତ ହେବା ପରେ ଆଜି ପୁଣି ଜଣେ ଦିଗ୍ଗଜ ଅଭିନେତାଙ୍କୁ ହରାଇଛି ସିନେ ଜଗତ । ୬୭ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଆକ୍ଟର ଋଷି କପୁର ।  ମୃତ୍ୟୁବେଳେ ତାଙ୍କର ପତ୍ନୀ ନୀତୁ କପୁର ସେଠାରେ ଉପସ୍ଥିତ ଥିଲେ । କିଛି ଲୋକ ଦୁନିଆକୁ ଆସନ୍ତି, ପୁଣି ଅଭିନୟ କରି ବାହୁଡ଼ି ଯାଆନ୍ତି । ମାତ୍ର କିଛି ଏମିତି ଲୋକ ଆସନ୍ତି, ଯିଏ ମୃତ୍ୟୁ ପରେ ବି ଅନେକଙ୍କ ହୃଦୟରେ ରହିଯାଆନ୍ତି । ଠିକ୍ ସେମିତି ଜଣେ ପ୍ରତିଭା ଥିଲେ ବଲିଉଡ୍ ଅଭିନେତା ଋଷି କପୁର ।

ତେବେ ଏହି ଦୁଃଖର ଖବର ନିଜ ଟ୍ୱିଟରରେ ସେୟାର କରିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଅତି ଭାବୁକ ହୋଇ ସେ ଲଖିଛନ୍ତି , ଋଷି କପୁର ଦୁନିଆ ଛାଡ଼ି ଚାଲିଗଲେ । ମୁଁ ବରବାଦ ହୋଇଗଲି । ତାଙ୍କ ବିୟୋଗରେ ମୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛି । ଅନ୍ୟପଟେ ଋଷି କପୁରଙ୍କ ବଡ଼ ଭାଇ ରଣଧୀର କପୁର କହିଛନ୍ତି, ଋଷିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।

ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପଟେମ୍ବରରେ ଭାରତ ଫେରିଥିଲେ । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷୀୟ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ସହ ଶ୍ୱାସକ୍ରିୟା ଜନିତ ଅସୁବିଧାର ଭୋଗୁଥିଲେ । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା । ଏହା ପରେ ତାଙ୍କୁ ନ୍ୟୁୟର୍କ ୮ ମାସ ଚିକିତ୍ସା କରାଯାଇଥିଲ।।