ବଲାଙ୍ଗୀର ବେଲପଡା ବ୍ଲକରେ ସରକାରୀ ଯୋଜନା ଫେଲ୍ ! ଦାନନ ଯିବାକୁ ସଜବାଜ ହେଉଛନ୍ତି ଶହ ଶହ ଲୋକ

27

କନକ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲାରେ ଫେଲ ମାରିଛି ସରକାରୀ ଯୋଜନା । କାମ ନ ପାଇ ବାହାର ରାଜ୍ୟକୁ ଦାଦନ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ବେହେରା ମୁଣ୍ଡା ପଂଚାୟତର ଶହ ଶହ ଲୋକ । କେନ୍ଦୁପତ୍ର ତୋଳୀଳିଙ୍କୁ ତାଙ୍କ ପାଉଣା ମିଳି ନାହିଁ, ମନରେଗାରେ କାମ କରିଥିଲେ ମଧ୍ୟ ୮ ମାସ ହେବ ଶ୍ରମିକଙ୍କୁ ମଜୁରୀ ମିଳି ନାହିଁ । ଏପଟେ ଅଂଚଳରେ ବର୍ଷା ଅଭାବରୁ ମରୁଡି ସ୍ଥିତ ଦେଖା ଦେଇଛି । ତେଣୁ ପେଟ ପାଟଣା ପାଇଁ ଲୋକେ ବାହାର ରାଜ୍ୟକୁ ଦାଦନ ଖଟି ଯିବା ପାଇଁ ଦଲାଲ ଠାରୁ ଆଗୁଆ ଟଙ୍କା ଆଣିଥିବା କହିଛନ୍ତି ।