ସ୍ପଷ୍ଟ ଦିବାଲୋକରେ ଅପହରଣ ! ବଲାଙ୍ଗୀର ପୁଇଁତଳା ବିଡ଼ିଓଙ୍କୁ ଅପହରଣ କରିନେଲେ ୧୦ରୁ ୧୨ ଦୁର୍ବୃତ୍ତ, ପୋଲିସର ଛାନଭିନ୍ ଆରମ୍ଭ

392

କନକ ବ୍ୟୁରୋ : ବଲାଙ୍ଗୀର ପୁଇଁତଳା ବିଡ଼ିଓଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଆସି ବିଡ଼ିଓ ସରୋଜ କୁମାର ମିଶ୍ର । ଅଭିଯୋଗ ପରେ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ପୋଲିସ୍ । ସିସିଟିଭି ଆଧାରରେ ଯାଂଚ କରୁଛି ପୋଲିସ୍ । ଅପରାହ୍ନ ୪ରୁ ସାଢ଼େ ୪ଟା ମଧ୍ୟରେ ହୋଇଛି ଏହି ଘଟଣା । ଭାଇସ ଚେୟାରମ୍ୟାନଙ୍କର କିଛି ଲୋକ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏବେ ଯାଏଁ କୌଣସି ପ୍ରମାଣ ମିଳିନାହିଁ ।

ସୂଚନାଯୋଗ୍ୟ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ସ୍କର୍ପିଓ ଗାଡ଼ିରେ ଆସି ବିଡ଼ିଓଙ୍କ ଚ୍ୟାମ୍ବରରେ ପଶିଥିଲେ ୧୦ରୁ ୧୨ ଦୁର୍ବୃତ୍ତ । ମାତ୍ର କିଛି ସମୟ ଜଣେ ବିଡ଼ିଓଙ୍କ ହାତ ବାନ୍ଧି ଠେଲି ଠେଲି ସ୍କର୍ପିକ ଗାଡ଼ି ପାଖକୁ ନେଇଥିଲେ । ଆଉ ସ୍କର୍ପିଓ ଗାଡ଼ିରେ ବସାଇ ବିଡ଼ିଓଙ୍କୁ ଅପହରଣ କରିନେଲେ । ତେବେ ସୂଚନା ଅନୁସାରେ କାହାରି ସହିତ ବିଡ଼ିଓଙ୍କର ତାଙ୍କର କୌଣସି ମତଭେଦ ନଥିଲେ । ଆଉ ଏକ ବଡ଼ କତା ହେଲା ମାତ୍ର ୨୦୦ ମିଟର ଦୂରରେ ପୁଇଁତଳା ଥାନା । ଅଭିଯୋଗ ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଆସିନଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି ।