ପ୍ରଭାବ ବିସ୍ତାର କରୁଛି ବୁଲବୁଲ : ଭଦ୍ରକ ଧାମରା ନିକଟରେ ଓଲଟିଲା ଡଙ୍ଗା, ଫସିଛନ୍ତି ୯ ଜଣ ମତ୍ସ୍ୟଜୀବୀ

1,090

କନକ ବ୍ୟୁରୋ : ଭଦ୍ରକ ଧାମରା ନିକଟରେ ଓଲଟିଲା ଡଙ୍ଗା । ଧାମରା କାଳିନାଳୀ ନିକଟରେ ଏକ ଡଙ୍ଗା ଓଲଟିପଡ଼ିଥିବାର ସୂଚନା ମିଳିଛି । ଡଙ୍ଗା ଓଲଟିଲା ପରେ ପହଁରି ପହଁରି ଅତି କଷ୍ଟରେ କୂଳକୁ ପହଞ୍ଚିଛନ୍ତି ୮ ମତ୍ସ୍ୟଜୀବୀ ।  ଅନ୍ୟପଟେ କାଳନାଳୀ ଜଙ୍ଗଲରେ ଏବେ ପର୍ଯ୍ୟନ୍ତ  ଆଉ ୯ଜଣ ମତ୍ସ୍ୟଜୀବୀ ଫସି ରହିଛିନ୍ତି ।  କିନ୍ତୁ ଏବେ ସେଠାରେ ପାଣି ମାଡ଼ି ଯାଇଥିବାରୁ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁ ନଥିବା ଜଣାଯାଇଛି ।  ମତ୍ସ୍ୟଜୀବିଙ୍କୁ ଉଦ୍ଧାର ପାଇଁ ପ୍ରଶାସନର ପୟାସ ଜାରି ରଖିଛି । ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାଲାଗି ପ୍ରତିରକ୍ଷା ବିଭାଗର ଟକ୍ ବୋଟ୍ ଏବଂ ମତ୍ସ୍ୟ ବିଭାଗର ଏକ ବୋଟ୍ ପ୍ରଚେଷ୍ଟା ଚଳାଇଥିବା ଜଣାଯାଇଛି ।

ସେପଟେ ବୁଲବୁଲ ପ୍ରଭାବରେ ଭଦ୍ରକରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ବର୍ଷା ସାଙ୍ଗକୁ ଧାମରାରେ ଘଂଟାପ୍ରତି  ୯୦ କିମି ବେଗରେ ପବନ ବହୁଛି । ସେହିପରି ଚାନ୍ଦବାଲିରେ ୧୧୦ କିମି ବଗେରେ ପବନ ବହୁଛି । ବାସୁଦେବପୁର, ତିହିଡିରେ ୬୦ରୁ ୭୦ କିମି ବେଗରେ ପବନ ବହୁଛି । ବାତ୍ୟା ଯୋଗୁଁ ପଞ୍ଚୁଟିକିରି, ପଳାସପୁର ଓ ନାଲଗୁଣ୍ଡା ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଦ୍ୟୁତ ଖୁଣ୍ଟ ଓ ଗଛ ଉପୁଡ଼ି ପଡ଼ିବା ସହ ରାସ୍ତା ଅବରୋଧ କରାଯାଇଛି । ୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀକୁ । ତେବେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ସୂଚନା ଦେଇଛନ୍ତିି ଜିଲ୍ଲା ଜରୁରୀକାଳିନ ଅଫିସର ସୂଚନା ଦେଇଛନ୍ତି ।