ଅଳ୍ପ ସମୟରେ ସଫା ହୋଇଯିବ ଡ୍ରେନ୍ ! ସଫେଇ କାମରେ ନିୟୋଜିତ ହେବେ ରୋବଟ୍

141

ବର୍ତ୍ତମାନ ସମୟରେ ବିଜ୍ଞାନ ଚରମ ସୀମାରେ ପହଞ୍ଚିଛି କହିଲେ ଅତ୍ୟୁକ୍ତ ହେବନାହିଁ । ଆଜିକାଲି ବିକାଶଶୀଳ ଦେଶ ଗୁଡ଼ିକ ବିଭିନ୍ନ କାମକୁ ଶୀଘ୍ର କରିବା ପାଇଁ ରୋବଟ୍ ମୁତୟନ କରିଛନ୍ତି । ଯଦ୍ୱାରା ଅଳ୍ପ ସମୟରେ କାମ ହେବା ସହ କର୍ମଚାରୀ ମଧ୍ୟ କମ୍ ମୁତୟନ କରିବା ପାଇଁ ପଡ଼ୁଛି । ଆଉ ଖୁବ୍ ସହଜରେ କାମ ହୋଇପାରୁଛି । ତେବେ ଆଗାମୀ ସମୟରେ ଭାରତରେ ଡ୍ରେନ୍ ସଫା କରିବା ପାଇଁ ଡ୍ରେନ୍ ନିୟୋଜିତ କରାଯିବ ବୋଲି ସୂଚନା ମିଳିଯିବ ।

ଭାରତରେ ପ୍ରଥମ ଥର ପାଇଁ ରୋବୋଟ୍‌ ଡ୍ରେନ୍ ସଫା କରିବ । ମୁମ୍ବାଇରେ ଚଳିତ ବର୍ଷ ପ୍ରୟୋଗାତ୍ମକଭାବେ ରୋବୋଟର ସହାୟତାରେ ଡ୍ରେନ୍ ସଫେଇ କରାଯିବ । ଏହି ରୋବୋଟ୍‌କୁ ସ୍ୱତନ୍ତ୍ରଭାବେ ଇଟାଲିରୁ ଅଣାଯିବ । ଏହି ରୋବୋଟ୍‌ ଜରିଆରେ ମୁମ୍ବାଇର ୯୦ କିଲୋମିଟର ନଳା ସଫା କରିବାର ଲକ୍ଷ୍ୟ ରଖାଯାଇଛି । ଏହାର ପରିଣାମ ଦେଖିବା ପରେ ଆଗାମୀ କାର୍ଯ୍ୟକ୍ରମ ସ୍ଥିରୀକୃତ ହେବ ।

ରୋବୋଟକୁ ମାଧ୍ୟମରେ ଭିତରକୁ ପଠାଯିବ । ତା’ହାତରେ ସଫେଇ ଉପକରଣ ମଧ୍ୟ ରହିବ । ରୋବୋଟ୍‌ ପ୍ରତି ୧୦୦ ମିଟରର ଅଳିଆ ସଫା କରିବା ପରେ ତାକୁ ବାହାରକୁ ଆଣିବ । ଏହି ରୋବୋଟ୍‌କୁ ଏକ ରିମୋଟ୍‌ ଦ୍ୱାରା ସଞ୍ଚାଳିତ କରାଯିବ । ଥରେ ବାହାରେ ଅଳିଆ ପକାଇବା ପରେ ପୁଣି ରୋବୋଟ୍‌କୁ ଭିତରକୁ ପଠାଯିବ ।

ଏହି ରୋବୋଟ୍‌ ଆଗାମୀ ବର୍ଷ ଜାନୁଆରି ମାସର ପ୍ରଥମ ସପ୍ତାହରେ ମୁମ୍ବାଇରେ ଆସି ପହଞ୍ଚିବ । ଏହି ରୋବୋଟ୍‌ କେଉଁ ଅଞ୍ଚଳର କେଉଁ ସବୁ ନଳାର ସଫା କରିବ, ତାହାର ତାଲିକା ପ୍ରସ୍ତୁତ ହେଉଛି । ରୋବୋଟ ଜରିଆରେ ନଳା ସଫେଇ କାମରେ ପ୍ରାୟ ୬୦ କୋଟି ଟଙ୍କା ଦୁଇ ବର୍ଷ ଭିତରେ ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।