ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ନିୟମାବଳୀ ଜାରି କଲା ବିଏମସି : ବଡ ପଡିଆକୁ ହାଟ ଉଠାଇନେବାକୁ ଯୋଜନା, ଦୋକାନ ଦୋକାନ ମଧ୍ୟରେ ଦୂରତା ୧୦ ମିଟର ରଖିବାକୁ ନିର୍ଦ୍ଦେଶ

246

କନକ ବ୍ୟୂରୋ : ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ଏସଓପି ପାଳନ କରିବାକୁ ନିୟମାବଳୀ ଜାରି କଲା ବିଏମସି । ବଡ ପଡିଆକୁ ହାଟ ଉଠାଇ ନେବାକୁ ଯୋଜନା । ବିଭିନ୍ନ ସ୍ଥାନରେ ସ୍କୁଲର ଖେଳ ପଡିଆକୁ ମଧ୍ୟ ହାଟ ପାଇଁ କରାଯିବ ବ୍ୟବହାର । ଦୋକାନ ଦୋକାନ ଗୁଡିକ ମଧ୍ୟରେ ଦୂରତା ୧୦ ମିଟର ରଖିବାକୁ ଏସଓପି ଘୋଷଣା କରିଛି ବିଏମସି । କରୋନା ଭୟ ଏବେ ଚାରିଆଡେ ଖେଳିଥିବା ବେଳେ ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ଏପରି ନିଷ୍ପତି ନେଇଛି ବିଏମସି କମିଶନର ।

ସେପଟେ ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ହାଟ ୟୁନିଟ୍ ୧ ହାଟକୁ ରାଜମହଲ ଛକ ଏବଂ ୟୁନିଟ୍ ୧ ହାଇସ୍କୁଲ୍ ପଡିଆକୁ ଉଠାଇ ଦିଆଯାଇଛି । ଏବେ ୟୁନିଟ୍ ୧ ହାଟର କିଛି ବ୍ୟବସାୟୀ ରାଜମହଲ ଛକରେ ବସିବେ । ଆଉ କିଛି ବ୍ୟବସାୟୀ ୟୁନିଟ୍ ୧ ହାଇସ୍କୁଲ ପଡିଆରେ ବସିବେ । ଜଣେ ବ୍ୟବସାୟୀଙ୍କ ଠାରୁ ଆଉ ଜଣେ ବ୍ୟବସାୟୀଙ୍କ ମଧ୍ୟରେ ୨୫ ମିଟର ଦୂରତା ରହିବ । ଏହା ଜରିଆରେ ଭିଡ କମ୍ ହେବ । ହାଟରେ ସାମାଜିକ ଦୂରତା ରକ୍ଷା ବି ସହଜ ହେବ । ଏପରି ନିଷ୍ପତି ନେଇଛି ଭୂବନେଶ୍ୱର ମହାନଗର ନିଗମ । ୟୁନିଟ-୧ ହାଟକୁ ସାମୟିକ ଭାବେ ସ୍ଥାନାନ୍ତର କରାଯାଇଛି ।

ଆସନ୍ତା ୪୫ ଦିନ ପାଇଁ ଏହି ଦୁଇ ସ୍ଥାନରେ ଚାଲିବ ହାଟ । ପନିପରିବା ବଜାରରେ ସାମାଜିକ ଦୂରତ୍ୱ ବଜାୟ ରକ୍ଷା ହୋଇପାରୁନଥିବାରୁ ଏହାକୁ ନେଇ ଆଗକୁ ଚିନ୍ତା କରୁଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀ ଭୂବନେଶ୍ୱର ଭିତରେ ଯେତେ ସବୁ ବଜାର ରହିଛି ସେସବୁର ବିକେନ୍ଦ୍ରୀକରଣ କରିବାକୁ ଚିନ୍ତା କରୁଛି ବିଏମସି ।