ଆଉ ରହିବନି ଝନଝଟ୍ : ସ୍ୱଚ୍ଛତା ନିମନ୍ତେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ, ଅନଲାଇନରେ ପଇଠ କରିହେବ ବିଏମସିର ସବୁ ଦେୟ

Advertisment
‘ଫୋନି’ ଦୁଃଖ ଦୂର କରିବାକୁ ବିଏମସିର ତତ୍ପରତା । ଆସନ୍ତା କାଲିଠାରୁ ଭୁବନେଶ୍ୱରବାସୀଙ୍କୁ ରିଲିଫ୍ ବଣ୍ଟନ କରିବ ବିଏମସି । 

କନକ ବ୍ୟୁରୋ : ଦେୟ ପଇଠ ବେଳେ ସ୍ୱଚ୍ଛତା ନିମନ୍ତେ ଡିଜିଟାଲ୍‌ ପେମେଣ୍ଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ସଂପ୍ରତି କେବଳ ବ୍ୟବସାୟିକ ଅନୁମତି ଦେୟ (ଟ୍ରେଡ୍‌ ଲାଇସେନ୍‌ସ ପେମେଣ୍ଟ୍‌) ୧୦୦ ପ୍ରତିଶତ ଡିଜିଟାଲ୍‌ ହୋଇପାରିଥିବା ବେଳେ ହୋଲ୍‌ଡିଂ ଟାକ୍ସ ଏବଂ ଅନ୍ୟାନ୍ୟ ଦେୟକୁ ଅନ୍‌ଲାଇନ୍‌ କରିବା ପାଇଁ ପ୍ରଶାସନ ପକ୍ଷରୁ କମନ୍‌ ପେମେଣ୍ଟେ୍‌ କାର୍ଡ ସିଷ୍ଟମ୍‌ (ସିପିସିଏସ୍‌) ଆରମ୍ଭ ହେବାକୁ ଯାଉଛି । ଏହି ସିଙ୍ଗିଲ୍‌ କାର୍ଡ ପେମେଣ୍ଟ୍‌ ସେବା ଜରିଆରେ ଲୋକଙ୍କୁ ଦେୟ ଦେବା ପାଇଁ ବାଟ ସହଜ କରିବ ବିଏମ୍‌ସି ।

publive-image

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ଅଧୀନରେ ଏହି ପେମେଣ୍ଟ୍‌ କାର୍ଡ ସିଷ୍ଟମ ଆଇସିଆଇସିଆଇ ବ୍ୟାଙ୍କ୍‌ ସହଯୋଗରେ ଆରମ୍ଭ ହେବ । ଡେପୁଟି କମିସନର୍‌ ଶ୍ରମନ୍ତ ମିଶ୍ର କହିଛନ୍ତି ଯେ, ବର୍ତମାନ ସହରରେ ୧ଲକ୍ଷ ୨ହଜାର ୫୦୨ଟି ଘର ଅଛି । ତେବେ ଖୁବ୍‌ କମ୍‌ ସଂଖ୍ୟକ ଲୋକ ଅନ୍‌ଲାଇନ୍‌ରେ ହୋଲ୍‌ଡିଂ ଟାକ୍ସ ପଇଠ କରୁଛନ୍ତି । ଯେତେ ଅଧିକରୁ ଅଧିକ ଲୋକ ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ସହ ଯୋଡ଼ିହେବେ ସଂଗୃହୀତ ଦେୟର ପରିଚାଳନା ସହଜ ହେବା ସହ ସ୍ୱଚ୍ଛତା ଆସିପାରିବ ।

ବିଏମ୍‌ସି ଏ ସମ୍ପର୍କରେ ବିଜ୍ଞାପନ ଜରିଆରେ ଲୋକଙ୍କୁ ସଚେତନ କରିବ । ଯଦ୍ୱାରା ଲୋକେ www.odishaonline.gov.in ୱେବ୍‌ସାଇଟ୍‌କୁ ବ୍ୟବହାର କରି ଲୋକେ ସହଜରେ ସୁବିଧାରେ ଘର ବସି ପେମେଣ୍ଟ୍‌ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe