କନକ ବ୍ୟୁରୋ : ସିଲ ହେଲା ଭୁବନେଶ୍ୱର ପଟିଆରେ ଥିବା ବିଗବଜାର । ପାର୍କିଂ ସମସ୍ୟା, ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଓ ବିଡିଏ ଗାଇଡଲାଇନ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବାରୁ ଏହି ସପିଂ ମଲକୁ ସିଲ କରାଯାଇଛି । ବିଏମସି ପକ୍ଷରୁ ସକାଳୁ ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଥିଲା ସିଲ କାର୍ଯ୍ୟ ।
ଆଜି ବିଗ୍ ବଜାର ବନ୍ଦ ରହିଥିବାବେଳେ ଗେଟରେ ତାଲା ଝୁଲୁଛି । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟାକୁ ନେଇ ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟରେ ରାଜଧାନୀରେ ଅନେକ ରୁଟରେ ଟ୍ରାଫିକ୍ ଜାମ୍ ଲାଗି ରହେ । ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ ଯାଂଚ କରିବାକୁ ସ୍କ୍ୱାର୍ଡ ଗଠନ କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BIG-BAZAR.jpg)