କରୋନା ପାଇଁ ହୋଟେଲ ଉପରେ ନଜର । ଗାଇଡ଼ଲାଇନ୍ ଜାରି କଲା ବିଏମସି । ଅଧିକ ଭିଡ଼ର ଆୟୋଜନ ନ କରି ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡୱାସ ମହଜୁଦ ରଖିବାକୁ ନିର୍ଦ୍ଦେଶ

291

କନକ ବ୍ୟୁରୋ : ବିଏମସିର କରୋନା ଗାଇଡ଼୍ ଲାଇନ୍ ଜାରି । କରୋନାର ଭୟାବହତାକୁ ନଜରରେ ରଖି ଘରୋଇ ହୋଟେଲ ଗୁଡ଼ିକ ପାଇଁ ଗାଇଡ଼ଲାଇନ୍ ଜାରି କରିଛି ବିଏମସି । ପ୍ରତିଦିନ ଶହ ଶହ ଲୋକ ଯିବାଆସିବା କରୁଥିବାରୁ ହୋଟେଲରେ ପର୍ଯ୍ୟାପ୍ତ ପରିମାଣରେ ହ୍ୟାଣ୍ଡୱାସ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହୋଟେଲ ଗୁଡ଼ିକରେ ଅଧିକ ଭିଡ଼ ନଜମାଇବା ପାଇଁ ମଧ୍ୟ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଆସନ୍ତା କାଲିଠାରୁ ବିଏମସିରେ କରୋନା ପାଇଁ ସ୍ୱତନ୍ତ୍ର ଡେସ୍କ ଖୋଲିବ । କରୋନା ମୁକାବିଲା ପାଇଁ ସକାଳ ୯ଟା ୩୦ରୁ ରାତି ଯାଏଁ ଡେସ୍କ କାର୍ଯ୍ୟ କରିବ । କରୋନା ନେଇ ଲୋକଙ୍କୁ ସମସ୍ତ ସୂଚନା ଯୋଗାଇବ ଏହି ଡ଼େସ୍କ । ଏହାସହ ଏସଓପି ଗାଇଡଲାଇନ୍ ଅନୁସାରେ ଟିମ୍ ଗଠିତ ହେବ । ତେବେ ଏହି ଗାଇଡ଼ଲାଇନ୍ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ଗତକାଲି କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସିନେମା ହଲ, ସ୍କୁଲ, ଜିମ୍ ବନ୍ଦ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ, ଠିକରେ ପାଳନ ହେଉଛି କି ନାହିଁ, ତାହାକୁ ଏହି ଟିମ୍ ତଦାରଖ କରିବେ । ମାସ୍କ ଓ ସାନିଟାଇଜର କଳାବଜାରକୁ ରୋକିବା ପାଇଁ ଏହି ଟିମ୍ ସବୁ ମେଡ଼ିକାଲ ଷ୍ଟୋର ଗୁଡ଼ିକ ଉପରେ ଅଚାନକ ଚଢ଼ାଇ ହେବ । ବିଏମସି ଓ ବିଡ଼ିଏ ପକ୍ଷରୁ ଗଠନ ହୋଇଥିବା ଟିମରେ ଥିବା ଅଧିକାରୀମାନେ ଆକ୍ସନ ନେବେ ।