ଏବେ ପାଞ୍ଚ ବର୍ଷ ପୂର୍ବରୁ ଜଣା ପଡିବ କର୍କଟ ରୋଗ ! କରିବାକୁ ପଡିବ ଏକ ସ୍ୱତନ୍ତ୍ର ରକ୍ତପରୀକ୍ଷା

87

କର୍କଟ ଏପରି ଏକ ରୋଗ ଯାହାର ଚିକିତ୍ସା ଆଜିଯାଏ ସମ୍ଭବ ହୋଇପାରି ନାହିଁ । ପ୍ରାଥମିକ ଅବସ୍ଥାରୁ ଏହି ରୋଗ ବିଷୟରେ ଜଣା ନପଡିଲେ ରୋଗୀ ନିଶ୍ଚିତ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କାରଣରୁ କ୍ୟାନସର ବା କର୍କଟ ରୋଗ ଉପରେ ଲଗାତାର ଭାବେ ପରୀକ୍ଷା ନିରୀକ୍ଷା ତଥା ଅଧ୍ୟୟନ ଚାଲିଛି । ତାଜା ଖବର ଅନୁସାରେ ବୈଜ୍ଞାନିକମାନେ ମସ୍ତିସ୍କ କର୍କଟକୁ ପାଖାପାଖି ୫ବର୍ଷ ପୂର୍ବରୁ ଜାଣିହେବ ବୋଲି ଦାବି କରିଛନ୍ତି ।

ଏକ ଅଧ୍ୟୟନ ଅନୁସାରେ ଏକ ସ୍ୱତନ୍ତ୍ର ରକ୍ତପରୀକ୍ଷା ଏବେ ମସ୍ତିସ୍କ କର୍କଟ ଲକ୍ଷଣକୁ ୫ ବର୍ଷ ପୂର୍ବରୁ ଜଣାଇଦେବ ।
ଆମେରିକାର ଓହିୟୋ ଷ୍ଟେଟ ୟୁନିଭର୍ସିଟିର ପ୍ରମୁଖ ଅଧ୍ୟୟନକର୍ତ୍ତାଙ୍କ କହିବା ମୁତାବକ ଏହି ରକ୍ତ ପରୀକ୍ଷା ଯୋଗୁଁ କର୍କଟ ରୋଗୀକୁ ଏହି ରୋଗର ଲକ୍ଷଣ ୫ ବର୍ଷ ପୂର୍ବରୁ ଜଣାଇଦେବ । ଏହି ରୋଗ ହେଲେ ପାଞ୍ଚ ବର୍ଷ ପୂର୍ବରୁ ହିଁ ଶରୀରର ପ୍ରତିରୋଧକାରୀ କୋଷିକାର ଚିହ୍ନଟ କରି ଆଗକୁ ବଢ଼ାଉଥିବା ପ୍ରୋଟିନର ସହଭାଗିତାକୁ କମାଇ ଦେଇଥାଏ ।

ଅଧ୍ୟୟନ ଦ୍ୱାରା ଜଣାପଡିଛି ଯଦି ଆମେ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ଚକିତ୍ସା ପାଇଁ ଚାହୁଁଛନ୍ତି, ତେବେ ରୋଗ ବଢ଼ିବା ପର୍ବୂରୁ ହିଁ ରୋଗକୁ ଚିହ୍ନିବା ଜରୁରୀ । ଯଦି ଆପଣ ଏହି ପ୍ରାରମ୍ଭିକ ଲକ୍ଷଣକୁ ଜାଣିପାରିବେ ତେବେ ଏହି ରୋଗରୁ ରକ୍ଷା ପାଇପାରିବେ । ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁସାରେ ଏହି ଅଧ୍ୟୟନ ସାହାଯ୍ୟରେ ଆମେ ଏକ ଜ୍ଞାନକୈଶଳ ବିକଶିତ କରିପାରିବୁ ଯାହା ମସ୍ତିସ୍କ କର୍କଟକୁ ପୂର୍ବରୁ ଚିହ୍ନଟ କରିବ ଓ ତା’ର ଉପଚାର ସମ୍ଭବ ହୋଇ ପାରିବ ।

                                                           ସୌଜନ୍ୟ -ଆଜତକ