ରାଜଧାନୀରେ ଗର୍ଜିବେ ଶିକ୍ଷକ : ଆଜି ବ୍ଲକଗ୍ରାଂଟ ଶିକ୍ଷକଙ୍କ ମହାସମାବେଶ, ସାମିଲ ହେବେ ୫୦ ହଜାରରୁ ଅଧିକ ଶିକ୍ଷକ

Advertisment
ଶିକ୍ଷକ ଅଧ୍ୟାପକଙ୍କ ଆନ୍ଦୋଳନ ଜାରି : ଗତକାଲି କଳାଦିବସ ପାଳନ ପରେ ଆଜିଠାରୁ ରାଜ୍ୟର ସମସ୍ତ ସ୍କୁଲରେ ତାଲା

କନକ ବ୍ୟୁରୋ : ଆଜି ବ୍ଲକଗ୍ରାଂଟ ଶିକ୍ଷକଙ୍କ ମହାସମାବେଶ । ଏଥିରେ ୫୦ ହଜାରରୁ ଅଧିକ ଶିକ୍ଷକ ଓ ଅଧ୍ୟାପକ ଯୋଗ ଦେବେ । ଗତ ତିନି ଦିନ ଧରି ରାଜ୍ୟର ୬ହଜାର ୭୯୯ ପଂଚାୟତରେ ହୋଇଥିବା ସଚେତନତା ସମାବେଶର ପ୍ରତିଫଳନ ଆଜି ଦେଖିବାକୁ ମିଳିବ ବୋଲି ସଂଘ କହିଛି । ଗତ ତିିନି ଦିନ ଧରି ଶିକ୍ଷକ ଓ ଅଧ୍ୟାପକ ମାନେ ଗାଁ ଗାଁ ବୁଲି ଶିକ୍ଷା ବଂଚାଓ , ଓଡିଶା ବଂଚାଓ ନାରା ଦେଇ ଲୋକଙ୍କ ସହଯୋଗ ଲୋଡିଥିଲେ । ଆଜି ରାଜଧାନୀର ଗାନ୍ଧିମାର୍ଗରେ ବିଶାଳ ସମାବେଶ କରିବ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚ ।

ସୂଚନାଯୋଗ୍ୟ ଗତ ତିନି ଦିନ ଧରି ଶିକ୍ଷକ ଓ ଅଧ୍ୟାପକମାନେ ଗାଁକୁ ଗାଁ ବୁଲି ‘ଶିକ୍ଷା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ନାରା ଦେଇ ଲୋକଙ୍କ ସହଯୋଗ ଲୋଡ଼ିଥିଲେ । ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ଗଢି ଉଠିଥିବା ସ୍କୁଲ କଲେଜଗୁଡ଼ିକୁ ଭାଙ୍ଗିଦେବା ପାଇଁ ସରକାର ଯେଉଁ ଗୁପ୍ତ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି ସେ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଛି । ଏବେ ପୁଣିଥରେ ଗାନ୍ଧିମାର୍ଗ ଜନସମୁଦ୍ର ପାଲଟିବ । ଓଡ଼ିଶାର ବୁଦ୍ଧିଜୀବୀ ଏଥିରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ମିଳିତ ମଞ୍ଚ ଅଭିଯୋଗ କରିଛି ଯେ ଓଡ଼ିଶା ଏପରି ଏକ ରାଜ୍ୟ ଯେଉଁଠି ଶିକ୍ଷକ ଓ ଅଧ୍ୟାପକମାନେ ୩୬ ଦିନ ଧରି ରାସ୍ତାରେ ରାତି କାଟୁଛନ୍ତି । ଶିକ୍ଷକ ଓ ଅଧ୍ୟାପକଙ୍କୁ ମୁଣ୍ଡାମୁଣ୍ଡି ଦରମା ଦେଇ ଶୋଷଣ କରାଯାଉଛି ।

୩୦ ବର୍ଷ ଚାକିରି କଲା ପରେ ମଧ୍ୟ ଭବିଷ୍ୟତ ପାଇଁ ପେନ୍ସନ୍ ମିଳୁନି। ହକ୍ ପାଇଁ ଶିକ୍ଷକମାନେ କାର‌୍ୟ୍ୟବନ୍ଦ ଆନ୍ଦୋଳନ କଲେ ମଧ୍ୟ କିଛି ଫରକ ପଡ଼ୁନି । ଲକ୍ଷାଧିକ ପିଲା ପାଠପଢାରୁ ବଞ୍ଚିତ ହେଉଥିଲେ ମଧ୍ୟ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ଏଭଳି ଚରମ ଅନ୍ୟାୟ କଥା ଓଡ଼ିଶାର ଜନସାଧାରଣ ବୁଝିବାକୁ ଆରମ୍ଭ କଲେଣି । ‘ଆମ ଗାଁ ଆମ ବିକାଶ’ ଏକ କୁମ୍ଭୀର କାନ୍ଦଣା ବୋଲି ଲୋକେ ହୁଦ୍ବୋଧ କଲେଣି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ ବୋଲି ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ଜେନା, ଅଟଳ ବିହାରୀ ବଳ, ଶତାବୁଦ୍ଦିନ୍ ଅହମ୍ମଦ, ପ୍ରିୟରଞ୍ଜନ ରଥ, ଶଙ୍କର କୁମାର ସୁବୁଦ୍ଧି, ନରେନ୍ଦ୍ର ନାଥ ବସ୍ତିଆ, ଆଦିତ୍ୟ ପ୍ରସାଦ ରଥ, ସୁବାସ କୁମାର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe