ପଣ୍ଡ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରେ ମାରିବା ଯୋଜନା ! ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅଡ଼ିଓ କ୍ଲିପ୍, ଅଭିଯୁକ୍ତ ଗିରଫ

53

କନକ ବ୍ୟୁରୋ : ମୋଦିଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଖଳନାୟକକୁ ଗିରଫ କରିଛି କୋଏମ୍ବାଟୁର ପୋଲିସ୍ । ଅଭିଯୁକ୍ତ ଜଣକ ୧୯୯୮ର ସିରିଜ ବିସ୍ଫୋରଣର ଦୋଷୀ ଅଟେ ବୋଲି ସୂଚନା ମିଳିଛି । ସୋସିଆଲ ମିଡ଼ିଆରେ ଅଡ଼ିଓ କ୍ଲିପ୍ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁ କ୍ଲିପରେ ଅଭିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ମାରିବାର ଯୋଜନା ବିଷୟରେ କହୁଛି । ପୋଲିସ ସୂଚନା ଅନୁସାରେ ସୋସିଆଲ ମିଡ଼ିଆରେ ଆଠ ମିନିଟର ଅଡ଼ିଓ ଶେୟାର କରାଯାଉଛି, ଯେଉଁଠି ସେ ଜଣେ ବ୍ୟକ୍ତି ସହ କଥାବାର୍ତ୍ତା କରୁଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ସିରିଜ ବିସ୍ଫୋରଣରେ ଜେଲ ଦଣ୍ଡ ଭୋଗିସାରିଛନ୍ତି ।

ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ଆଉ ଜଣେ ବ୍ୟକ୍ତି ସହ ଗାଡ଼ି କିଣିବା ପାଇଁ କଥାବାର୍ତ୍ତା କରୁଥିଲା । କିନ୍ତୁ ଅଚାନକ କହିବାରେ ଲାଗିଲା ମୋଦିଙ୍କୁ ମାରିବା ପାଇଁ ମୁଁ ନିଷ୍ପତ୍ତି ନେଇଛି । ଆଉ ମଧ୍ୟ ସେ କହିଥିଲେ ଲାଲକୃଷ୍ଣ ଆଡ଼ଭାଣୀଙ୍କ କୋଏମ୍ବାଟୁର ଗସ୍ତ ସମୟରେ ସେ ହିଁ ବମ୍ ଲଗାଇଥିଲା । ସୂଚନାଯୋଗ୍ୟ ୧୯୯୮ରେ କୋଏମ୍ବାଟୁରରେ ଏକ ବମ୍ ବିସ୍ଫୋରଣ ହୋଇଥିଲା । ଯେଉଁଠି ପ୍ରାୟ ୫୮ ଜଣ ଲୋକ ମୃତ୍ୟୁ ବରଣଥିଲେ । କୋଟି କୋଟି ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା । ଭାଇରାଲ ଅଡ଼ିଓ କ୍ଲିପ ବିଷୟରେ ଜଣାପଡ଼ିଲା ପରେ ପୁଲିସ ସ୍ୱତନ୍ତ୍ର ଟିମ୍ ତିଆରି କରି ମାମଲାର ଛାନଭିନ୍ କରିଥିଲା । ଆଉ ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଅଭିଯୁକ୍ତ ଏବେ ପୋଲିସ କବଜାରେ ଅଛି ।