କନକ ବ୍ୟୁରୋ : ରାଜଧାନୀର ରାସ୍ତା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ । ଭୁବନେଶ୍ୱରରେ ବାରମ୍ବାର ଦୁର୍ଘଟଣା କମିଶନରେଟ ପୋଲିସର ଚିନ୍ତା ବଢାଇଦେଇଛି । ବିଗତ କିଛି ଦିନ ଭିତେରେ ଅନେକ ଦୁର୍ଘଟଣା ଘଟି ଲୋକେ ପ୍ରାଣ ହରାଇଛନ୍ତି । ବିଶେଷକରି ଏନଏଚରେ ଦୁର୍ଘଟଟଣା ଘଟି ଧନଜୀବନ ଯିବା ପରେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏହା ପରେ ବ୍ଲାକସ୍ପଟ ବା ଦୁର୍ଘଟଣାପ୍ରବଣ ଅଂଚଳ ଚିହ୍ନଟ କାମ ଆରମ୍ଭ ହୋଇଛି । ଭୁବନେଶ୍ୱରର ୫ଟି ବ୍ଲାକସ୍ପଟ ଚିହ୍ନଟ ହୋଇଛି ।
ବାଟ ଭୁଆସୁଣୀ, ପାତ୍ରପଡାର ଆଇଗିଣିଆ, ନୟାପଲ୍ଲୀର କ୍ରାଉନ ହୋଟେଲ ସାମ୍ନା, ଆଚାର୍ଯ୍ୟବିହାର ଓ ପାହାଳକୁ ଦୁର୍ଘଟଣାପ୍ରବଣ ଅଂଚଳ ବା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଗତକାଲି ବ୍ଲାକସ୍ପଟ ଚିହ୍ନଟ କରିବାକୁ କମିଶନରେଟ ପୋଲିସ ନିର୍ଦ୍ଦେଶ ଦେଇଥିଲେ । ରାଜଧାନୀର ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି । ଇଂଟର ସେପ୍ଟର ଯୋଗେ ସ୍ପିଡ ଉପରେ କଟକଣା ଲଗାଯାଇ ଫାଇନ ଆଦାୟ କରାଯିବ ଏବଂ ସ୍ପିଡ ବ୍ରେକର ଲଗାଯାଇ ଗାଡିର ବେଗକୁ ନିୟନ୍ତ୍ରଣ କରାଯିବ ବୋଲି କମିଶନରେଟ ପୋଲିସ ନିଷ୍ପତି ନେଇଥିଲା । ଏବେ ବ୍ଲାକସ୍ପଟ ଚିହ୍ନଟ ହେବା ପରେ ଏଠାରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/road2.jpg)