ଯୋଧପୁର କୃଷ୍ଣସାର ମୃଗଶିକାର ମାମଲା ! ସଲମାନ ଖାନଙ୍କ ପାଇଁ ବଢିପାରେ ମୁସ୍କିଲ, ଆଜି ରାୟ ଶୁଣାଇବେ କୋର୍ଟ

36

କୃଷ୍ଣସାର ମୃଗଶିକାର ମାମଲାରେ ଆଜି ରାୟ ଶୁଣାଇବେ ଯୋଧପୁର କୋର୍ଟ । ଏନେଇ ଯୋଧପୁରରେ ପହଁଚିଛନ୍ତି ମାମଲାର ଅଭିଯୁକ୍ତ ସଲମାନ ଖାନ, ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନ । ଗତ ସପ୍ତାହରେ ଯୋଧପୁର ସିଜିଏମ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏପ୍ରିଲ ୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯୯୮ ଅକ୍ଟୋବରରେ ଯୋଧପୁର ନିକଟ କନକାନିରେ ୨ଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଫିଲ୍ମ “ହମ୍ ସାଥ୍ ସାଥ୍ ହେଁ’ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସଲମାନଙ୍କୁ ରାଜସ୍ତାନ ହାଇକୋର୍ଟ କ୍ଲିନ୍ ଚିଟ୍ ଦେଇଥିଲା । ତେବେ ଏହା ବିରୋଧରେ ରାଜସ୍ତାନ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ରାଜସ୍ତାନ ହାଇକୋର୍ଟଙ୍କ ରାୟକୁ ଖାରଜ କରିଥିଲେ ।

ଜାଣନ୍ତୁ ପୁରା ମାମଲା ଥିଲା କ’ଣ ?
୧୯୯୮ରେ ଫିଲ୍ମ ହମ ସାଥ ସାଥ ହୈର ସୁଟିଂ ପାଇଁ ସଲାମାନ ଖାନ, ସୋନାଲି ବେନ୍ଦ୍ରେ, ସୈଫ ଅଲ୍ଲୀ ଖାନ ରାଜସ୍ଥାନର ଯୋଧପୁର ଯାଇଥିଲେ । ସୁଟିଂ ସମୟରେ ଯୋଧପୁରର ବିଭିନ୍ନ ସ୍ଥାନରେ ଏହି କଳାକାର ଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । ୧୯୯୮ ମସିହା ଅକ୍ଟୋବରରେ ସଲମାନ ଖାନ୍ ଯୋଧପୁରର ବିଭିନ୍ନ ସ୍ଥାନରେ କୃଷ୍ଣସାଗର ମୃଗ ଶୀକାର କରିଥିବା ଅଭିଯୋଗ ହୋଇଥିଲା । କୋଙ୍କଣୀ ଗାଁରେ ସଲମାନ ଖାନ ଏଭଳି ମୃଗ ଶିକାର କରିଥିବା ମାମଲାର ଆଜି ରାୟ ଆସିବ । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କ ସମେତ ସୈଫ ଅଲ୍ଲୀ ଖାନ , ନୀଳମ, ତବୁ ଓ ସୋନାଲିଙ୍କ ନାଁରେ ମାମଲା ଚାଲିଛି ।

ଆଜି ଦୋଷୀ ସାବ୍ୟସ୍ତ ହେଲେ ସଲମାନଙ୍କୁ ଜେଲ ଯିବାକୁ ପଡିପାରେ । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ଏକବର୍ଷରୁ ଛଅ ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରେ । ପୂର୍ବର୍ରୁ ଏଭଳି ୪ଟା ମାମଲାରେ ସଲମାନଙ୍କୁ ଖାନ ୧୭ ଦିନ ଜେଲରେ ରହିସାରିଛନ୍ତି । ୧୯ ବର୍ଷ ପରେ ଏହି ମାମଲାରେ ଆଜି ଆସିବ ରାୟ । ୧୯୯୮ ମସିହା ଅକ୍ଟୋବର ୧୨ ତାରିଖରେ ସଲମାନ ଖାନ ଏହି ମାମଲାରେ ପ୍ରଥମେ ଗିରଫ ହୋଇଥିଲେ । ୫ ଦିନ ତାଙ୍କୁ ଜେଲରେ ରହିବାକୁ ପଡିଥିଲା । ଅନ୍ୟ ଏକ ଶୀକାର ମାମଲାରେ ସଲମାନଙ୍କୁ ୨୦୦୬ରେ ୬ ଦିନ ଜେଲରେ ରହିବାକୁ ପଡିଥିଲା । ୨୦୦୭ରେ ମଧ୍ୟ ସଲମାନଙ୍କୁ ୬ ଦିନ ଜେଲରେ ରହିବାକୁ ପଡିଥିଲା ।