କନକ ବ୍ୟୁରୋ : ଓଡିଶା ପୁଲିସ ଡିଜି ଭାବେ ଦାୟିତ୍ୱ ନେଲେ  ବିଜୟ କୁମାର ଶର୍ମା । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସ୍ଥାନରେ ବିଜୟ ଶର୍ମା ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।  ରାଜେନ୍ଦ୍ର ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର । ଅଗ୍ନିଶମ ବିଭାଗର ମୁଖ୍ୟ । ପୁଲିସ ଓ ଲୋକଙ୍କ ମଧ୍ୟରେ ସଂପର୍କ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପୁଲିସର ପାରଦାର୍ଶିତା ବଢାଇବାକୁ ହେଲେ ଟେକ୍ନାଲୋଜି ଉପରେ ଅଧିକ  ଗୁୁରୁତ୍ୱ ଦେବାକୁ ପଡିବ ବୋଲି କହିଛନ୍ତି ବିଜୟ ଶର୍ମା ।

Advertisment

ଏହାସହ ସେ କହିଛନ୍ତି ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା । ଆଗାମୀ ଦିନରେ ଥାନାର ସ୍ୱଚ୍ଛତା ଆଣିବା ପାଇଁ ଲକ୍ଷ୍ୟ ରହିଛି ।  ଆଇନଶୃଙ୍ଖଳା ବଜାୟ ରଖିବା ସହ ଅପରାଧ କମାଇବା ପ୍ରାଥମିକତା ରହିବ । ମାଓବାଦୀ ଦମନରେ ଓଡ଼ିଶା ପୋଲିସ୍ ସଫଳ ହୋଇଛି । ଯେଉଁ କିଛି ସ୍ଥାନରେ ମାଓ କାର୍ଯ୍ୟକଳାପ ଜାର ରହିଛି ତା’ଉପରେ କଡ଼ା ନଜର ରହିବ । ମାଓବାଦୀ ଦମନ ଦ୍ୱାରା ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ବିକାଶ ତ୍ୱରାନ୍ୱିତ ହୋଇପାରିବ । ବର୍ତ୍ତମାନ ସମୟରେ ନାରୀ ସୁରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ । ନାରୀ ସୁରକ୍ଷା ଓ ଗୁଇନ୍ଦା ସୂଚନା ଉପରେ ଫୋକସ ଦିଆଯିବ ବୋଲି କହିଛନ୍ତି ବିଜୟ ଶର୍ମା ।