ଇସ୍ତଫା ପରେ ପ୍ରତିକ୍ରିୟା ରଖିଲେ ବିକେ ହରିପ୍ରସାଦ ! ପଂଚାୟତ ପରାଜୟର ଉତରଦାୟିତ୍ୱ ନେଲେ କଂଗ୍ରେସ ପ୍ରଭାରୀ

58

କନକ ବ୍ୟୁରୋ : ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିକେ ହରିପ୍ରସାଦ । ପଂଚାୟତ ନିର୍ବାଚନରେ ଦଳ ଶୋଚନୀୟ ଭାବେ ହାରିଛି । ଏବଂ କଂଗ୍ରେସ ପରାଜୟର ଉତରଦାୟିତ୍ୱ ନେଇ ଇସ୍ତଫା ଦେଇଥିବା ହରିପ୍ରସାଦ କହିଛନ୍ତି । ଏହାସହ ସବିଶେଷ ରିପୋର୍ଟ କଂଗ୍ରେସ ଅଧ୍ୟକ୍ଷାଙ୍କୁ ପଠାଇଛି, ହାଇକମାଣ୍ଡ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ।

କଂଗ୍ରେସ ଦଳ ସହ ୪୦ବର୍ଷ ହେଲାଣି ଅଛି, ସାରା ଦେଶରେ କାମ କରିଛି ଏବଂ ଜୀବନର ଶେଷ ପର୍ଯ୍ୟନ୍ତ କଂଗ୍ରେସ ସହ ରହିବି ବୋଲି ବିକେ ହରିପ୍ରସାଦ କହିଛନ୍ତି । ପଂଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ପ୍ରଭାରୀଙ୍କ ଇସ୍ତଫା ଦାବି କରିଥିଲେ ଦଳୀୟ ବିଧାୟକ । ହରିପ୍ରସାଦଙ୍କ ଇସ୍ତଫା ପରେ ଏବେ ପିସିସି ସଭାପତିଙ୍କ ପାଳି । ରାଜନୈତିକ ଦୃଷ୍ଟିିକୋଣରୁ ପିସିସି ସଭାପତି ମଧ୍ୟ ନିର୍ବାଚନ ପରାଜୟ ପାଇଁ ଦାୟୀ ତେଣୁ ସେ ମଧ୍ୟ ଇସ୍ତଫା ଦେବା ଜରୁରୀ ବୋଲି କହୁଛି ରାଜ୍ୟ କଂଗ୍ରେସ ।