କନକ ବ୍ୟୁରୋ : ଦେଶରେ ପ୍ରମୁଖ ରାଜନୈତିକ ଦଳର ପାଣ୍ଠି ପରିମାଣ ନେଇ ଆସିଛି ଏଡିଆର ରିପୋର୍ଟ । ଏଡିଆରର ରିପୋର୍ଟ ଅନୁସାରେ, ୨୦୧୭-୨୦୧୮ରେ ୭ଟି ଜାତୀୟ ଦଳର ପାଣ୍ଠିରେ ମୋଟ ୪୯୩ ଦଶମିକ ୮୧ କୋଟି ଟଙ୍କା ବୃଦ୍ଧି ହୋଇଛି । ଗତ ଏକବର୍ଷ ମଧ୍ୟରେ ବିଜେପିର ପାଣ୍ଠି ପରିମାଣ ୨୨ ପ୍ରତିଶତ ବଢିଛି । ସେପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ପାଣ୍ଠି ପରିମାଣ ୧୫ ପ୍ରତିଶତ କମିଛି ।
କଂଗ୍ରେସ-ବିଜେପି ସହିତ ଦେଶର ପ୍ରମୁଖ ୭ଟି ଦଳ ନିଜର ସମ୍ପତ୍ତି ପରିମାଣ ନିର୍ବାଚନ କମିଶନଙ୍କୁ ଦେଇଛନ୍ତି । ଏଡିଆର ରିପୋର୍ଟ ଅନୁସାରେ, ୨୦୧୬-୧୭ରେ ବିଜେପିର ସମ୍ପତି ୧୨ଶହ ୧୩ ଦଶମିକ ୧୩ କୋଟି ଥିବାବେଳେ ୨୦୧୭-୨୦୧୮ରେ ଏହା ୧୪ଶହ ୮୩ ଦଶମିକ ୩୫ କୋଟି ହୋଇଛି । ସେହିଭଳି କଂଗ୍ରେସ ପାଣ୍ଠି ପ୍ରାୟ ୧୫ ପ୍ରତିଶତ କମି ହୋଇଛି ୭୨୪ ଦଶମିକ ୩୫ କୋଟି । ୨୦୧୬-୨୦୧୭ରେ ଏହା ୮୫୪ ଦଶମିକ ୭୫ କୋଟି ଥିଲା ।
ତେବେ ତୃଣମୂଳ କଂଗ୍ରେସର ପାଣ୍ଠି ରେ ୧୦. ୮୬ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ରାଜନୈତିକ ଦଳଗୁଡିକ ନିର୍ବାଚନ କମିଶନଙ୍କୁ ଦେଇଥିବା ବାଲାନ୍ସ ସିଟରେ ଅନେକ ଗାଇଡଲାଇନକୁ ଅଣଦେଖା କରିଥିବା ଜଣାପଡିଛି ।