ବାଲେଶ୍ୱରରେ ବାଜି ମାରିଲା ବିଜେପି : ୧୨୯୫୬ ମାର୍ଜିନରେ ବିଜୟୀ ହେଲେ ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱରରେ ବାଜି ମାରିଲା ବିଜେପି : ୧୨୯୫୬ ମାର୍ଜିନରେ ବିଜୟୀ ହେଲେ ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀ

କନକ ବ୍ୟୁରୋ : ବାଲେଶ୍ୱର ବିଗ୍ ଫାଇଟରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଦୀର୍ଘ ୧୦ ବର୍ଷ ବନବାସରୁ ଫେରିଲା ବିଜେପି । ବାଜି ମାରିନେଲେ ପୁରୁଖା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ । ସେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ମାର୍ଜିନରେ ହରାଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ମୋଟ ୪୮୩୮୫୮ ଭୋଟ ପାଇଥିବା ବେଳେ ରବୀନ୍ଦ୍ର ଜେନାଙ୍କୁ ମିଳିଛି ୪୭୦୯୦୨ ଖଣ୍ଡ ଭୋଟ୍ । ତୃତୀୟରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ନବ୍ୟଜ୍ୟୋତି ପଟ୍ଟନାୟକ, ତାଙ୍କ ହାତକୁ ଯାଇଛି ମାତ୍ର ୧୭୯୪୦୩ ଭୋଟ୍ ।

ସୂଚନାଯୋଗ୍ୟ ଗତ ୨୦୧୪ ନିର୍ବାଚନରେ ବିଜେଡ଼ିର ରବୀନ୍ଦ୍ର କୁମାର ଜେନା  ଜିତିଥିଲେ । ମୋଟ୍ ୪ ଲକ୍ଷ ୩୩ ହଜାର ୭୬୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ । ୧ ଲକ୍ଷ ୪୧ହଜାର ୮୨୫ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ  ରବୀନ୍ଦ୍ର  ଜେନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe