କନକ ବ୍ୟୁରୋ : ବାଲେଶ୍ୱର ବିଗ୍ ଫାଇଟରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଦୀର୍ଘ ୧୦ ବର୍ଷ ବନବାସରୁ ଫେରିଲା ବିଜେପି । ବାଜି ମାରିନେଲେ ପୁରୁଖା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ । ସେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନାଙ୍କୁ ୧୨୯୫୬ ମାର୍ଜିନରେ ହରାଇଛନ୍ତି । ପ୍ରତାପ ଷଡ଼ଙ୍ଗୀ ମୋଟ ୪୮୩୮୫୮ ଭୋଟ ପାଇଥିବା ବେଳେ ରବୀନ୍ଦ୍ର ଜେନାଙ୍କୁ ମିଳିଛି ୪୭୦୯୦୨ ଖଣ୍ଡ ଭୋଟ୍ । ତୃତୀୟରେ ଅଛନ୍ତି କଂଗ୍ରେସ ପ୍ରାର୍ଥୀ ନବ୍ୟଜ୍ୟୋତି ପଟ୍ଟନାୟକ, ତାଙ୍କ ହାତକୁ ଯାଇଛି ମାତ୍ର ୧୭୯୪୦୩ ଭୋଟ୍ ।
ସୂଚନାଯୋଗ୍ୟ ଗତ ୨୦୧୪ ନିର୍ବାଚନରେ ବିଜେଡ଼ିର ରବୀନ୍ଦ୍ର କୁମାର ଜେନା ଜିତିଥିଲେ । ମୋଟ୍ ୪ ଲକ୍ଷ ୩୩ ହଜାର ୭୬୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ । ୧ ଲକ୍ଷ ୪୧ହଜାର ୮୨୫ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ ରବୀନ୍ଦ୍ର ଜେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/PRATAP.jpg)