୨୦୧୯ ନିର୍ବାଚନ ପାଇଁ ବିଜେପିର ‘ମେଁ ଭି ଚୌକିଦାର’ ଅଭିଯାନ ! ଟ୍ୱିଟ କରି କ୍ୟାମ୍ପେନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

132

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ସତ୍ତାରୂଢ଼ ବିଜେପି ପୁଣି ଥରେ ଗଡ଼ ଅକ୍ତିଆର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି । ଏହି କଡ଼ିରେ ଆଜି ବିଜେପି ମେଁ ଭି ଚୌକିଦାର ଅଭିଯାନ ଆରମ୍ଭ କରିଛି । । ୨୦୧୪ରେ ହିଟ୍ ହୋଇଥିଲା ବିଜେପିରେ ଚାଏ ପେ ଚର୍ଚ୍ଚା କ୍ୟାମ୍ପେନ । ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କ ଏକ ଟିପ୍ପଣୀକୁ ନେଇ ବିଜେପି ଆରମ୍ଭ କରିଥିଲା ଏହି କ୍ୟାମ୍ପେନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚା ବାଲା କହି ସମାଲୋଚନା କରିଥିଲେ ମଣିଶଙ୍କର ଆୟର ଓ ବିରୋଧୀ ପକ୍ଷଙ୍କ ଏହି ସମାଲୋଚନାକୁ ନିର୍ବାଚନୀ କ୍ୟାମ୍ପେନ ବନାଇଥିଲା ବିଜେପି । ଏବେ ସମାନ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ ଦୁର୍ନୀତି ପ୍ରସଙ୍ଗରେ ବାରମ୍ବାର ଟାର୍ଗେଟ କରୁଛନ୍ତି ରାହୁଲ ଗାନ୍ଧୀ ।

ଚୌକିଦାର ଚୋର ହେ କହି ଜୋରଦାର କ୍ୟାମ୍ପେନ ଆରମ୍ଭ କରିଛନ୍ତି । ହେଲେ ବିଜେପି କହିଛି ରାହୁଲଙ୍କ ଏହି କ୍ୟାମ୍ପେନ ପ୍ରଭାବଶୂନ୍ୟ । ଏପରିକି ଦଳ ପକ୍ଷରୁ ଏନେଇ ସର୍ଭେ କରାଯାଇଛି । ଏବଂ ସେହି ଚୌକିଦାର ଶବ୍ଦକୁ ନେଇ “ମେ ଭି ଚୌକିଦାର’ କ୍ୟାମ୍ପେନ ୨୦୧୯ ପାଇଁ ଆରମ୍ଭ ହୋଇଛି । ଟ୍ୱିଟ କରି ଏହି କ୍ୟାମ୍ପେନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  କହିଛନ୍ତି, ଦୁର୍ନୀତି, ଅସ୍ୱଚ୍ଛତା ଓ ସାମାଜିକ ବ୍ୟାଧି ବିରୋଧରେ ଲଢୁଥିବା ଦେଶର ସମସ୍ତ ନାଗରିକ ଚୌକିଦାର । ମୋଦି କହିଛନ୍ତି ଆପଣଙ୍କ ଚୌକିଦାର ଦେଶ ସେବା ପାଇଁ ମଜମୁତ ଭାବେ ଛିଡ଼ାହୋଇଛି । କିନ୍ତୁ ମୁଁ ଏକା ନୁହେଁ ଚୌକିଦାର ନୁହେଁ । ଯେଉଁମାନେ ଭାରତର ପ୍ରଗତି ପାଇଁ କଠିନ ପରିଶ୍ରମ କରୁଛନ୍ତି ସେମାନେ ସମେସ୍ତ ଜଣେ ଜଣେ ଚୌକିଦାର ।