ବୈଠକ ମଝିରେ ନେତାଙ୍କ ତାଣ୍ଡବ ! ବିଜେପି ସାଂସଦ ଜୋତା ଖୋଲି ବିଜେପି ବିଧାୟକଙ୍କୁ ନିର୍ଦ୍ଧୁମ ଛେଚିଲେ

665

କନକ ବ୍ୟୁରୋ : ବିଜେପି ବିଧାୟକଙ୍କୁ ସଭାମଝିରେ ନିର୍ଦ୍ଧୁମ ଛେଚିଲେ ବିଜେପି ସାଂସଦ । ଭାରତୀୟ ଜନତା ପାର୍ଟିର ସାଂସଦ ଶରଦ ତ୍ରିପାଠୀ ନିଜର ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ଛେଚିପକାଇଲେ । ଉତ୍ତରପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ବୈଠକ ବସିଥିବା ସମୟରେ ବିଜେପି ବିଧାୟକ ଓ ବିଜେପି ସାଂସଦଙ୍କ ମଧ୍ୟରେ କୌଣସି ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ବଚସା ହୋଇଥଇଲ । ଦେଖୁ ଦେଖୁ ଝଗଡ଼ା ମାଡ଼ଗୋଳରେ ପରିଣତ ହୋଇଗଲା ।

ସୂଚନା ଅନୁସାରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ଯୁକ୍ତତର୍କ ହୋଇଥିଲା । ତେବେ ବଚସା ଭିତରେ ଅତର୍କିତ ଭାବେ ବିଜେପି ସାଂସଦ ଶରଦ ତ୍ରିପାଠୀ ନିଜର ଜୋତା ଖୋଲି ବିଧାୟକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ପ୍ରଥମେ ବିଧାକୟ ଜଣକୁ ୧୦-୧୫ ଜୋତାମାଡ଼ ଖାଇ ସାରିବା ପରେ ସାଂସଦଙ୍କ ଉପରେ ଥାପଡ଼ ବର୍ଷା କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ଉଭୟଙ୍କୁ ଅଲଗା କରିଥିଲେ

ତେବେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଘଟଣାର ଭିଡ଼ିଓ ସୁଟ କରିନେଇଥିଲେ । ସୂଚନା ଅନୁସାରେ ଗଣ୍ଡଗୋଳ ହେବା ସମୟରେ ସନ୍ତକବୀର ନଗରର ଜିଲ୍ଲାପାଳ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ କିଛି ଜନପ୍ରତିନିଧି ମଧ୍ୟ ବୈଠକରେ ସାମଲି ଥିଲେ । ଭିଡ଼ିଓ ସୁଟ କରୁଥିବା ସମୟରେ କିଛି ଲୋକ ରୋକିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।