ମନଇଚ୍ଛା ଲୋକସଭା ଆସନ ପରିବର୍ତ୍ତନ କଲା ଦଳ ! ଅସନ୍ତୋଷ ଜାହରି କଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, କହିଲେ ମୋର ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଛି

214

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିହାରରେ ବିଜେପି ସମସ୍ତ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ପ୍ରାର୍ଥୀ ତାଲିକା ଘୋଷଣା ପରେ ନେତାଙ୍କ ମଧ୍ୟରେ ଅସେନ୍ତାଷ ଦେଖିବା ପାଇଁ ମିଳିଛି । ଟିକେଟ କଟିବା ତଥା ଆସନ ପରିବର୍ତ୍ତନ ପରେ ଦଳରେ ବିଦ୍ରୋହର ସ୍ୱର ତେଜ୍ ହୋଇଛି । ବିଜେପି ନେତାମାନେ ଏବେ ଦଳ ବିରୋଧୀ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ଦଳ ମନଇଚ୍ଛା ନିଷ୍ପତ୍ତି ନେବା ସହ ଆସନ ପରିବର୍ତ୍ତନ କରୁଛି ବୋଲି ମଧ୍ୟ ଅଭିଯୋଗ କରୁଛନ୍ତି ନେତା ।

ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଆସନ ପରିବର୍ତ୍ତନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ଗିରିରାଜ ସିଂଙ୍କୁ ଚଳିତ ଥର ବେଗୁସରାଇ ସିଟ ପାଇଁ ପ୍ରାର୍ଥୀ କରିଛି ଦଳ । ହେଲେ ଗିରିରାଜ ସିଂ ବେଗୁସାଇ ବଦଳରେ ନବାଦାରୁ ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ପ୍ରକଶ କରିଛନ୍ତି । କାରଣ ବର୍ତ୍ତମାନ ସେ ନବାଦାରୁ ହିଁ ସାସଂଦ ଅଛନ୍ତି । ନବାଦାରରେ ଲୋକ ସମ୍ପର୍କ ଭଲ ଥିବା ସତ୍ୱେ ଦଳ ତାଙ୍କୁ ବେଗୁସରାଇରୁ ପ୍ରାର୍ଥୀ କରିଛି ।

ସେ କହିଛନ୍ତି ତାଙ୍କ ଆସନ ପରିବର୍ତ୍ତନ କରିବା ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା । ନବାଦାର ସାଂସଦ ତଥା ବିଜେପିର ବିରଷ୍ଠ ନେତା ଗିରିରାଜ ସିଂ କହିଛନ୍ତି ଏପରି ନିଷ୍ପତ୍ତି ଦ୍ୱାରା ମୋର ଆତ୍ମସମ୍ମାନ ଉପରେ ଆଂଚ ଆସିଛି । କାରଣର ବିହାରର କୌଣସି ଲୋକସଭା ସିଟ ପରିବର୍ତ୍ତନ ହୋଇନାହିଁ ।