ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ବିବାଦୀୟ ବୟାନ : ବାଙ୍ଗାଲୋରର ଏକ ସଭାରେ ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ କହିଲେ ଡ୍ରାମା

322

କନକ ବ୍ୟୁରୋ : ବିଜେପି ସାଂସଦ ଅନନ୍ତ କୁମାର ହେଗେଡଙ୍କ ବିବାଦୀୟ ବୟାନ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହିଛନ୍ତି ବିଜେପି ସାଂସଦ । ବେଙ୍ଗାଲୁରର ଏକ ସଭାକୁ ସମ୍ବୋଧିତ କରି ହେଗଡେ କହିଛନ୍ତି , ବ୍ରିଟିଶ ସରକାରଙ୍କ ସହଯୋଗରେ ଆନ୍ଦୋଳନ କରି କିପରି ସେ ମହାତ୍ମା ହୋଇପାରିଲେ ? ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ ଏକ ପ୍ରସହନ ବୋଲି କହିଛନ୍ତି ଅନନ୍ତ ହେଗଡେ ।

ସେହିପରି କିଛି ତଥା କଥିତ ସ୍ୱାଧିନତା ସଂଗ୍ରାମୀ ଦିନେ ବି ବ୍ରିଟିଶର ଲାଠିମାଡ ଖାଇ ନାହାନ୍ତି । ମାତ୍ର ନିଜକୁ ସ୍ୱାଧିନତା ସଂଗ୍ରାମୀ ବୋଲାଉଛନ୍ତି । ସେମାନଙ୍କ ସ୍ୱାଧିନତା ସଂଗ୍ରାମ ଗୋଟିଏ ବଡ ଡ୍ରାମା  । ତାହା ବାସ୍ତବିକ ସ୍ୱାଧୀନତା ଆନ୍ଦୋଳନ ନଥିଲା । ଗାନ୍ଧୀଙ୍କ ସ୍ୱାଧିନତା ସଂଗ୍ରାମ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ହେଉଥିବାରୁ ଏହା ପ୍ରକୃତ ସ୍ୱାଧିନତା ସଂଗ୍ରାମ ନୁହେଁ । ଏହା ଏକ ଲୋକଦେଖାଣିଆ ସ୍ୱାଧିନତା ସଂଗ୍ରାମ ବୋଲି କହିଛନ୍ତି ହେଗଡେ ।