କନକ ବ୍ୟୁରୋ : ବିଜେପି ସାଂସଦ ଅନନ୍ତ କୁମାର ହେଗେଡଙ୍କ ବିବାଦୀୟ ବୟାନ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ସଂଗ୍ରାମକୁ ଡ୍ରାମା ବୋଲି କହିଛନ୍ତି ବିଜେପି ସାଂସଦ । ବେଙ୍ଗାଲୁରର ଏକ ସଭାକୁ ସମ୍ବୋଧିତ କରି ହେଗଡେ କହିଛନ୍ତି , ବ୍ରିଟିଶ ସରକାରଙ୍କ ସହଯୋଗରେ ଆନ୍ଦୋଳନ କରି କିପରି ସେ ମହାତ୍ମା ହୋଇପାରିଲେ ? ମହାତ୍ମା ଗାନ୍ଧୀଙ୍କ ସ୍ୱାଧୀନତା ଆନ୍ଦୋଳନ ଏକ ପ୍ରସହନ ବୋଲି କହିଛନ୍ତି ଅନନ୍ତ ହେଗଡେ ।
ସେହିପରି କିଛି ତଥା କଥିତ ସ୍ୱାଧିନତା ସଂଗ୍ରାମୀ ଦିନେ ବି ବ୍ରିଟିଶର ଲାଠିମାଡ ଖାଇ ନାହାନ୍ତି । ମାତ୍ର ନିଜକୁ ସ୍ୱାଧିନତା ସଂଗ୍ରାମୀ ବୋଲାଉଛନ୍ତି । ସେମାନଙ୍କ ସ୍ୱାଧିନତା ସଂଗ୍ରାମ ଗୋଟିଏ ବଡ ଡ୍ରାମା । ତାହା ବାସ୍ତବିକ ସ୍ୱାଧୀନତା ଆନ୍ଦୋଳନ ନଥିଲା । ଗାନ୍ଧୀଙ୍କ ସ୍ୱାଧିନତା ସଂଗ୍ରାମ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ହେଉଥିବାରୁ ଏହା ପ୍ରକୃତ ସ୍ୱାଧିନତା ସଂଗ୍ରାମ ନୁହେଁ । ଏହା ଏକ ଲୋକଦେଖାଣିଆ ସ୍ୱାଧିନତା ସଂଗ୍ରାମ ବୋଲି କହିଛନ୍ତି ହେଗଡେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/BJP.jpg)