ଭୋପାଳରେ ଶକ୍ତି ଦେଖାଇଲା ବିଜେପି, କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ମୋଦି : କଂଗ୍ରେସକୁ ଟାର୍ଗେଟ କରି କହିଲେ ବନ୍ଦ ହେଉ ଭୋଟ୍ ବ୍ୟାଙ୍କ ରାଜନୀତି

36

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପି ପକ୍ଷରୁ ଆଜି ମହାକୁମ୍ଭର ଆୟୋଜନ କରାଯାଉଛି । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବିଜେପିର ଶକ୍ତି ପ୍ରଦର୍ଶନ । ଦଳ ପକ୍ଷରୁ ମହାକୁମ୍ଭର ଆୟୋଜନ କରାଯାଇଛି । ବିଜେପିର ଏହି ମହାକୁମ୍ଭରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାମିଲ ହୋଇଛନ୍ତି । ଭୋପାଳ ଜମ୍ବୁରୀ ମୈଦାନରେ ଏକ ବିରାଟ ସଭାର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ଆରମ୍ଭରୁ କଣ୍ଠଶଳ୍ପୀ କୈଳାଳ ଖେର ଲାଇଭ ପରଫରମାନ୍ସ ଦେଇଛନ୍ତି । ଲକ୍ଷାଧିକ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଛନ୍ତି ।

ତେବେ ଏଠାରେ ମୋଦି କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ସ୍ୱାଧୀନତାର ୭୦ ବର୍ଷରେ ଦେଶ ଯେତିକି କ୍ଷତି ସହିଛି ସେଥିରୁ ବଂଚାଇବାକଚ ଚାହିଲେ ଭୋଟ୍ ବ୍ୟାଙ୍କ ରାଜନୀତି ଶେଷ କରିବା ପାଇଁ ପଡ଼ିବ । କଂଗ୍ରେସର ମିଛର ଝଡ଼ ସୃଷ୍ଟି କରୁଛି । ଆମ ପାଖରେ ଧନ ବଳ ନାହିଁ କିନ୍ତୁ ଜନବଳ ଅଛି ବୋଲି ମୋଦି କହିଛନ୍ତି । ଯାହା ଆଗାମୀ ନିର୍ବାଚନ ପାଇଁ ସହାୟକ ହେବ ।

ସେପେଟ ଆଜି ବିଜେପି ମହାକୁମ୍ଭରେ ପୁର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଲଗାଯାଇଥିବା ପୋଷ୍ଟରରେ ଶିବରାଜ ସିଂହଙ୍କୁ ଭଗବାନ ଶିବ ଏବଂ ପତ୍ନୀ ସାଧନା ସିଂହଙ୍କୁ ଗୌରୀ ବୋଲି ଦର୍ଶାଯାଇଛି । ଭୋପାଳ ସହରରେ ଛାଇଯାଇଛି ଏହି ପୋଷ୍ଟରରେ । ଖାଲି ଏତିକି ନୁହେଁ ଏଥିରେ ଦୁହିଁଙ୍କ ଫଟୋ ସହ କ୍ୟାପସନ ମଧ୍ୟ ଲେଖାଯାଇଛି । ତେବେ ଗଣେଷ ବିସର୍ଜନ ସମୟରେ ଶିବରାଜଙ୍କ ସ୍ୱାଗତ ପାଇଁ ଏଭଳି ପୋଷ୍ଟର ଲାଗିଥିବା କୁହାଯାଉଛି । କିନ୍ତୁ ଏହାକୁ ବିିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ବିରୋଧ କରାଯାିଛି । ଏଥିସହ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି । ଗତ କିଛି ଦିନ ତଳେ ଭୋପାଳରେ କଂଗ୍ରେସ ପକ୍ଷରୁ ଆୟୋଜିତ ରୋଡ ଶୋରେ ରାହୁଲ ଗାନ୍ଧିଙ୍କୁ ଶିବଭକ୍ତ ବୋଲି ଦର୍ଶାଯାଇଥିଲା । ଏବଂ ପୋଷ୍ଟର ଲଗାଯାଇଥିଲା ।