କନକ ବ୍ୟୁରୋ : ବିଜେପି ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ସାଂସଦଙ୍କ ପାଇଁ ଦୁଇ ଦିନିଆ ଅଭ୍ୟାସ ଶିବିର ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ସାଂସଦ ଉପସ୍ଥିତ ରହିବା ବାଧ୍ୟତାମୂଳକ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ ଆଦି ଦିଗଜ ନେତାମାନେ ସାଂସଦଙ୍କୁ ମାର୍ଗଦର୍ଶନ ଦେବେ । ଦୁଇ ଦିନିଆ କର୍ମଶାଳାରେ ୯ଟି ସେସନ୍ ରହିବ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉଦଘାଟନୀ ଅଭିଭାଷଣ ରଖିବେ ।
Delhi: Union Home Minister Amit Shah, Union Finance Minister Nirmala Sitharaman, & BJP Working President Jagat Prakash Nadda arrive at Parliament for the two-day training programme called 'Abhyas Varga' which is being organised for all BJP MPs from Lok Sabha & Rajya Sabha. pic.twitter.com/YQWviTWuCh
— ANI (@ANI) August 3, 2019
ଆଜି ସନ୍ଧ୍ୟା ୬ଟାରେ ଗୃହମନ୍ତ୍ରୀ ଅମିତ ଶାହ ଭାଷଣ ରଖିବେ । କାର୍ଯ୍ୟକ୍ରମର ଶେଷ ଦିନ ତଥା ରବିବାର ସନ୍ଧ୍ୟାରେ ସାଂସଦଙ୍କୁ ଗୁରୁମନ୍ତ୍ରୀ ଦେବେ ମୋଦି । ଆଗାମୀ ସପ୍ତାହରେ ଶନିବାର-ରବିବାର ସାସଂଦଙ୍କ ମାନେ ମଧ୍ୟ ଏପରି କର୍ମଶାଳାର ଆୟେଜନ କରିବେ ।