ଆଗାମୀ ୩ଦିନ ଭିତରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିପାରେ ବିଜେପି ! ଜାଣନ୍ତୁ କେଉଁ କେଉଁ ସାଂସଦଙ୍କ ଟିକେଟ୍ କଟିବ ?
କନକ ବ୍ୟୁରୋ : ଆଉ ଅଳ୍ପ ଦିନ ପରେ ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ପର୍ବକୁ ଜୋର କରିଦେଇଛନ୍ତି । କିଛି ପ୍ରମୁଖ ରାଜନୈତିକ ଦଳ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛନ୍ତି । ହେଲେ ସତ୍ତାରୂଢ଼ ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନି । ସାମଜବାଦୀ ଓ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ସମସ୍ତଙ୍କ ନଜର ବିଜେପି ଉପରେ ରହିଛି । ବିଜେପି କେବେ ନିଜର ପ୍ରାର୍ଥୀ ତାଲିକାର ଘୋଷଣା କରିବ ?
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ତା’ପରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗର ଅଧାରୁ ଅଧିକ ଲୋକସଭା ସିଟ୍ଗୁଡ଼ିକ ପାଇଁ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ବିଜେପି ଘୋଷଣା କରିବାକୁ ଯାଉଛି । ଏନେଇ ଦଳ ମଧ୍ୟରେ ଜୋରଦାର ଆଲୋଚନା ଚାଲୁ ରହିଥିବା ବେଳେ ୮୦-୯୦ ସାଂସଦଙ୍କ ଟିକେଟ କଟିପାରେ ବୋଲି ସୂଚନା ମିଳିଛି । ତେବେ ଏ ନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ ।