ମଣିପୁରରେ ସରକାର ଗଠନ କରିବାକୁ ତତ୍ପର ହେଉଛି ବିଜେପି !

36

କନକ ବ୍ୟୁରୋ : ମଣିପୁରରେ ସରକାର ଗଠନ କରିବାକୁ ତତ୍ପର ହେଉଛି ବିଜେପି । ୬୦ଟି ଆସନରୁ ୨୧ ଟି ଆସନରେ ବିଜେପି ବିଜୟ ଲାଭ କରିଛି । ତଥାପି ସରକାର ଗଠନ ପାଇଁ ନିଜ ପାଖରେ ଆବଶ୍ୟକ ସଂଖ୍ୟା ଥିବା ଦଳ ଦାବି କରିଛି । ମେଂଟ ସହଯୋଗୀ ସହ ନିଜ ପାଖରେ ୩୨ ବିଧାୟକଙ୍କ ସମର୍ଥନ ଥିବା ଦାବିପତ୍ର ରାଜ୍ୟପାଳ ନଜମା ହେପତୁଲାଙ୍କୁ ପ୍ରଦାନ କରିଛି ।

ତାଲିକାରେ ଆଂଚଳିକ ଦଳ ନାସନାଲ ପିପୁଲସ୍ ପାର୍ଟିର ୪ ବିଧାୟକ, ନାଗା ପିପୁଲସ ଫ୍ରଂଟର ୪ ବିଧାୟକ ଏବଂ ଅନ୍ୟ ଦୁଇ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଏସବୁ ଭିତରେ ଏନ୍. ବିରେନ୍ ସିଂହଙ୍କୁ ବିଧାୟକ ଦଳର ନେତା ଭାବରେ ବଛାଯାଇଛି ।

ଅନ୍ୟପଟେ ଗୋଆ ଓ ମଣିପୁରରେ ସରକାର ଗଢିବାକୁ ଦାବି ଜଣାଇଛି କଂଗ୍ରେସ । ଗୋଆ ଓ ମଣିପୁରରେ କଂଗ୍ରେସ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିବାରୁ ରାଜ୍ୟପାଳ ପ୍ରଥମେ କଂଗ୍ରେସକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ଉଚିତ ବୋଲି ଦଳ ଦାବି କରିିଛି । ଏହାକୁ ନେଇ କଂଗ୍ରେସ ସୁପ୍ରିମକୋର୍ଟରେ ଆବେଦନ କରିଛି । ସୁପ୍ରିମକୋର୍ଟ ଆଜି କଂଗ୍ରେସର ଏହି ଆବେଦନ ଉପରେ ଶୁଣାଣି କରିବା ସମ୍ଭାବନା ରହିଛି ।