କନକ ବ୍ୟୁରୋ : ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟଙ୍କ ସପକ୍ଷରେ ବାହାରିଲା ବିଜେପି । ଶଙ୍କରଚାର୍ଯ୍ୟଙ୍କୁ ନେଇ ନରସିଂହ ମିଶ୍ର ପ୍ରଶ୍ନ ଉଠାଇବା ପ୍ରସଙ୍ଗରେ ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି । ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ ଏଭଳି ବୟାନ ନିନ୍ଦନୀୟ । ଜାଣିଶୁଣି ନରସିଂହ ମିଶ୍ର ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି । ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ କ୍ଷମା ମାଗନ୍ତୁ । ଆଇନମନ୍ତ୍ରୀ ଥିବା ବେଳେ ସେ ବିବାଦୀୟ ବୟାନ ଦେଇଥିଲେ ବୋଲି ବିଜେପି କହିଛି ।
ସେପଟେ ବିଧାନସଭାରେ ଓଡିଶା ହିନ୍ଦୁ ଦେବୋତ୍ତର ବିଧେୟକ ପାରିତ ହେବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଦେବୋତ୍ତର ଆଇନ୍ ଅନୁସାରେ ମଠ ଗୁଡିକ ଆକାଉଂଟ୍ ଡିଟେଲ ଦେବା ଆବଶ୍ୟକ । କେବଳ ଏତିକି ନୁହେଁ ଆୟର ୫ ପ୍ରତିଶତ ସରକାରଙ୍କୁ ଦେବା କଥା । ହେଲେ ୧୦ ବର୍ଷ ଧରି ଗୋବର୍ଦ୍ଧନ ମଠ ଆୟବ୍ୟୟ ହିସାବ କାହିଁକି ଦେଇନାହିଁ ବୋଲି ନରସିଂହ ପ୍ରଶ୍ନ କରିଥିଲେ ।
ତେବେ ଏନେଇ ଗୋବର୍ଦ୍ଧନ ପୀଠର ମୁଖପାତ୍ର କହିଥିଲେ, ଶଙ୍କରାଚାର୍ଯ୍ୟଙ୍କୁ ନରସିଂହ ମିଶ୍ରଙ୍କ ସ୍ୱୀକୃତିର ଆବଶ୍ୟକତା ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/BJP-2.jpg)