ଚାଷୀ ହାଡୁ ବଗର୍ତି ଆତ୍ମହତ୍ୟା ପ୍ରସଙ୍ଗ ! ନ୍ୟାୟିକ ତଦନ୍ତ ଦାବି କଲା ବିଜେପି

40

କନକ ବ୍ୟୁରୋ : ବରଗଡ ଚାଷୀ ମୃତ୍ୟୁ ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ଦାବି କଲା ବିଜେପି । ଚାଷୀ ହାଡୁ ବଗର୍ତିଙ୍କ ମୃତ୍ୟୁରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ମୃତ ଚାଷୀ ହାଡୁ ବଗର୍ତିଙ୍କ ଚାଷ ପାଇଁ ବିଜୁଳି ଯୋଗାଇ ଦିଆଯାଇନଥିଲା । ଏପରିକି ସରକାର ଚାଷୀଙ୍କ ବଂଚିବାର ଅଧିକାର ଛଡାଇ ନେଇଛନ୍ତି ବୋଲି ସମୀର ମହାନ୍ତି କହିଛନ୍ତି ।

ସରକାର ଗୃହରେ ୧୭୪ଚାଷୀ ଆତ୍ମହତ୍ୟା କରିଥିବା କହିଥିବାବେଳେ ସମସ୍ତ ଆତ୍ମହତ୍ୟାର ନ୍ୟାୟିକ ତଦନ୍ତ ପରିସରଭୁକ୍ତ ବୋଲି କହିଛି ବିଜେପି । ତେଲେଙ୍ଗେନା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଚାଷୀଙ୍କୁ କ୍ଷତିପୂରଣ ମିଳୁଥିବାବେଳେ ଓଡ଼ିଶାରେ ମିଳୁନି ବୋଲି କହିଛନ୍ତି  ।