୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି ! ପାଟକୁରାରୁ ବିଜୟ ମହାପାତ୍ର ଓ ଭୁବନେଶ୍ୱର ଉତ୍ତରରୁ ଅପରାଜିତା ମହାନ୍ତିଙ୍କୁ ମିଳିଲା ଟିକେଟ୍

908

କନକ ବ୍ୟୁରୋ : ବିଜେପି ଆଜି ଆଉ ୩ଟି ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୟରୁଭଞ୍ଜରୁ ବିଶ୍ୱେଶ୍ୱର ଟୁଡୁ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଯାଜପୁରରୁ ଅମୀୟ ମଲ୍ଲିକଙ୍କୁ ସାଂସଦ ପ୍ରାର୍ଥୀ କରିଛି ଦଳ ।

ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେପିର ବରିଷ୍ଠ ନେତା ବଜୟ ମହାପାତ୍ର, ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ବିଜେଡିରୁ ଇସ୍ତଫା ଦେଇ ଗେରୁଆ ଶିବିରରେ ସାମିଲ ହୋଇଥିବା ସୁକାନ୍ତ ନାୟକ ଓ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ।

୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଆନନ୍ଦପୁରରୁ ଆଲୋକ ସେଠୀ, ରାୟରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଟିକେଟ ଦେଇଛି ଦଳ । ଅନ୍ୟପଟେ ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ , ଆଠଗଡ଼ରୁ ବ୍ରଜେନ୍ଦ୍ର ରୟ, ପାଟକୁରାରୁ ବିଜୟ ମହାପାତ୍ର, ମହାକାଳପଡ଼ାରୁ ବିଜୟ ପ୍ରଧାନ, ପୁରୀରୁ ଜୟନ୍ତ ଷଡଙ୍ଗୀ, ଭୁବନେଶ୍ୱର ( ଉତ୍ତର)ରୁ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଛି ଦଳ ।