କଟକ : ନିର୍ବାଚନୀ ହିଂସା ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ପୋଦନା ଗ୍ରାମରେ ବିଜେପିର ୧୦ ଜଣିଆ ଟିମ୍

30

କନକ ବ୍ୟୁରୋ : କଟକ ଜିଲ୍ଲା ନିଆଳୀ ଥାନା ପୋଦନା ଗ୍ରାମରେ ବିଜେପିର ୧୦ ଜଣିଆ ଟିମ୍ । କିଛିଦିନ ପୂର୍ବେ ହୋଇଥିବା ନିର୍ବାଚନୀ ହିଂସା ଓ ହତ୍ୟାକାଣ୍ଡ ସଂପର୍କରେ ଏହି ଟିମ୍ ତଥ୍ୟ ସଂଗ୍ରହ କରିଛି । ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି, ବିଜେପି ନେତା ସଜ୍ଜନ ଶର୍ମା, ପ୍ରମୁଖ ଗାଁରେ ପହଂଚି ହତ୍ୟାର ଶିକାର ହୋଇଥିବା ସୁରେନ୍ଦ୍ରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ତେବେ ବିଜେପି ନେତାଙ୍କ ଗସ୍ତକୁ ବିଜେଡି କର୍ମୀ ତୀବ୍ର ବିରୋଧ କରିଥିଲେ ।