କନକ ବ୍ୟୁରୋ : ଶ୍ରୀକ୍ଷେତ୍ରରେ ବାଜି ମାରିନେଲେ ବିଜେଡ଼ି ପ୍ରାର୍ଥୀ ପୀନାକି ମିଶ୍ର । ପୁରୀ ଲୋଭସଭା ଆସନରେ ଦେଖିବାକୁ ମିଳିଥିଲା ଜୋରଦାର ଲଢ଼େଇ । ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ୧୧,୭୧୪ ଭୋଟ ବ୍ୟବଧାନରେ ଗଡ଼ ଅକ୍ତିଆର କରି ନେଲେ । ପୀନାକି ମିଶ୍ରଙ୍କୁ ୫୩୮୩୨୧ ଭୋଟ ଭୋଟ ମିଳିଥିବା ବେଳେ ସମ୍ବିତ ପାତ୍ର ୫୨୬୬୦୭ ଭୋଟ ପାଇଁ କଡ଼ା ଟକ୍କର ଦେଇଥିଲେ । ହେଲେ ଶେଷ ମୂହୁର୍ତ୍ତରେ ନିଜ ସପକ୍ଷରେ ଜନମତ ସାଉଂଟିଦେଲେ ପୀନାକି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକଙ୍କୁ ମିଳିଛି ମାତ୍ର ୪୪୭୩୪ ଭୋଟ୍ ।

Advertisment

ଦୀର୍ଘ ବର୍ଷ ଧରି ପୁରୀରେ ଦବଦବା ଜାହିର କରି ରଖିଛି ବିଜେଡ଼ି । ଚଳିତ ଥର ଜଗନ୍ନାଥ ଧାମରେ ବିଜୟ ଧାରା ବଜାୟ ରଖିବା ପାଇଁ ପୁଣି ପୀନାକିଙ୍କ ଉପରେ ଭରସା କରିଥିଲେ ବିଜେଡ଼ି ସୁପ୍ରିମୋ । ପୀନାକି ମିଶ୍ର ନୂଆ ପୂର୍ବରୁ ଏହି ଆସନରୁ ଦୁଇ ଦୁଇ ଥର ନିର୍ବାଚନ ଜିତିସାରିଛନ୍ତି । ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ ଛନ୍ତି ପୀନାକି । ତଥାପି ଏଥର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ତାଙ୍କୁ କଡ଼ା ଟକ୍କର ଦେଇଥିଲେ । ଗଣତି ସମୟରେ ଚାଲିଥିଲା ସଂଖ୍ୟା ଖେଳ । କେତେବେଳେ ପୀନାକୀ ମିଶ୍ର ଆଗେଇ ଯାଉଥିଲେ ତ କେତେବେଳେ ସମ୍ବିତ ପାତ୍ର ଆଗେଇ ଯାଉଥିଲେ । ହେଲେ ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଛେଦ ପକାଇ ପୁଣି ଶ୍ରୀକ୍ଷେତ୍ର ଅକ୍ତିଆର କଲେ ପୀନାକି ମିଶ୍ର ।