ପରଜଙ୍ଗରେ ପୁଣି ଶଙ୍ଖନାଦ : ବିଜେପି ପ୍ରାର୍ଥୀଙ୍କୁ ୯୪୯ ଭୋଟରେ ହରାଇ ପୁଣି ବିଜୟ ଟୀକା ପିନ୍ଧିଲେ ନୃସିଂହ ସାହୁ

361

କନକ ବ୍ୟୁରୋ : ପରଜଙ୍ଗରେ ପୁଣି ଶୁଭିଲା ଶଙ୍ଖନାଦ । ପରଜଙ୍ଗ ବିଧାନସଭା ଆସନରେ ଗଡ଼଼ରକ୍ଷା କଲା ବିଜେଡ଼ି । ତୃତୀୟ ଥର ପାଇଁ ପରଜଙ୍ଗ ହାସଲ କରିଛନ୍ତି ବିଜେଡ଼ି ପ୍ରାର୍ଥୀ ନୃସଂହ ଚରଣ ସାହୁ । ସେ ମୋଟ୍ ୭୭୯୩୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଭୂତି ପ୍ରଧାନ ୭୬୯୮୬ ଭୋଟ୍ ପାଇଛନ୍ତି ।

ମାତ୍ର ୯୪୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ନୃସିଂହ ସାହୁ । ୨୦୦୪ରେ ଏହି ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠାରୁ ଏଠାରେ ବିଜେଡିର ଦବଦବା ରହଆସିଛି । ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ପରଜଙ୍ଗ ଆସନରେ ୨୦୦୯ ଏବଂ ୨୦୧୪ରେ ବିଜେଡିର ନୃସିଂହ ଚରଣ ସାହୁ ବିଧାୟକ ପଦ ସମ୍ଭାଳୁଛନ୍ତି ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ବିଜେଡ଼ିର ନୃସିଂହ ଚରଣ ସାହୁ ଜିତିଥିଲେ । ମୋଟ୍ ୬୦ ହଜାର ୫୨୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ । ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନଙ୍କୁ ୩ ହଜାର ୦୫୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଏହାସହ ୨୦୧୪ ନିର୍ବାଚନରେ ୬ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ ।