ଭଞ୍ଜନଗରରେ ଗଡ଼ରକ୍ଷା କଲା ବିଜେଡ଼ି : ୮୩୪୭ ଭୋଟ ବ୍ୟବଧାନରେ ଲଗାତାର ଷଷ୍ଠ ଥର ପାଇଁ ବିଜୟ ଟୀକା ପିନ୍ଧିଲେ ବିକ୍ରମ କେଶରୀ ଆରୁଖ 

187

କନକ ବ୍ୟୁରୋ : ଭଞ୍ଜନଗରରରେ ବିଜୟ ବାନା ଉଡ଼଼ାଇଲା ବିଜେଡ଼ି । ଲଗାତାର ପଂଚମ ଥର ପାଇଁ ବିଜେଡ଼ି ହାତକୁ ଗଲା ଭଞ୍ଜନଗରର ଆସନ । କନ୍ଧମାଳ ଲୋଭସଭା ଅନ୍ତର୍ଗତ ଏହି ଆସନରେ ବାଜି ମାରିନେଇଛନ୍ତି ବିଜେଡ଼ି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ । ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ୮୩୪୭ ଭୋଟ ବ୍ୟବଧାନରେ ହରାଇ ଗଡ଼ ହାସଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ଲଗାତାର ୬ ଥର ପାଇଁ ଭଞ୍ଜନଗର ମଙ୍ଗ ଧରିବେ ବିକ୍ରମ ।

ସେ ୧୯୯୫ରୁ ୨୦୧୪ ପର‌୍ୟ୍ୟନ୍ତ ଅଖଣ୍ଡ ଶାସନ ଭାର ସମ୍ଭାଳୁଥିଲେ । ଚଳିତ ନିର୍ବାଚନରେ ପୁଣି ଲୋକଙ୍କ ମନ ଜିଣି ଆସନ ହାସଲ କରିଛନ୍ତି  । ଏହି ଆସନରେ ବିଜେଡ଼ିର ଦବଦବା ରହିଆସିଛି । ବିକ୍ରମ କେଶରୀ ଆରୁଖ ଥରେ ଜନତା ଦଳରୁ ଓ ୪ ଥର ବିଜେଡ଼ିରୁ ଲଗାତାର ଭଞ୍ଜନଗର ଆସନ ଭାର ନିଜ ହାତକୁ ନେଇଛନ୍ତି ।

ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ ମଧ୍ୟ ବିକ୍ରମ କେଶରୀ ଆରୁଖ ବିଜୟ ହାସଲ କରିଥିଲେ । ୮୨ ହଜାର ୪୬୭ ଖଣ୍ଡ ଭୋଟ ପାଇ କଂଗ୍ରେସ ପ୍ରାର୍ଥୀ ବିନାୟକ ତ୍ରିପାଠୀଙ୍କୁ ପରାସ୍ତ କରିଥିଲେ ବିକ୍ରମ । ପ୍ରାୟ ୩୧ ହଜାର ୭୦୧ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ସମେତ ୩ଜଣ ଅମାନତ୍ ହରାଇଥିଲେ ।