ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା ବିଜେଡି ! ସ୍ମାରକପତ୍ର ଦେଲେ ବିଜେଡିର ୧୭ ଜଣିଆ ପ୍ରତିନିଧି ଦଳ

24

କନକ ବ୍ୟୁରୋ : ଆଜି ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଛି ବିଜେଡି । ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ତୈଳଦର ବୃଦ୍ଧିକୁ ବିରୋଧ କରି ବିଜେଡିର ୧୭ ଜଣିଆ ଟିମ୍ ଆଜି ରାଜଭବନ ଯାଇ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ଏହି ପ୍ରତିନିଧି ଦଳରେ ମନ୍ତ୍ରୀ ଦେବୀ ମିଶ୍ର, ବିଧାୟକ ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ଓ ନିରଞ୍ଜନ ପୂଜାରୀଙ୍କ ସହ ଅନ୍ୟ ବିଜେଡି ନେତାମାନେ ଅଛନ୍ତି । ରାଜ୍ୟପାଳଙ୍କୁ ଭେଟି ତୈଳଦର ବୃଦ୍ଧି ପ୍ରତିବାଦରେ ଏକ ସ୍ମାରକପତ୍ର ଦେଇଛନ୍ତି ବିଜେଡିର ପ୍ରତିନିଧି ଦଳ । ସେପଟେ ତୈଳ ଦର ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ପେଟ୍ରୋଲ ଡିଜେଲ ଦରରେ ୧ ପଇସା ହ୍ରାସକୁ ଜନତାଙ୍କ ପ୍ରତି ଉପହାସ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

source : Odisha Sun Times

ଲଗାତାର ଦ୍ୱିତୀୟ ଥର ଲାଗି ଠକିଗଲେ ଜନତା । ପେଟ୍ରୋଲ ଓ ଡିଜେଲ ଦର ଗତକାଲି ୧ ପଇସା କମିଥିବାବେଳେ ଆଜି ବି ଦର ସାମାନ୍ୟ କମିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭ ପଇସା କମିଥିବାବେଳେ ଡିଜେଲ ୫ ପଇସା ଶସ୍ତା ହୋଇଛି । ଏହାଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୧୫ ପଇସା ଥିବାବେବେଳେ ଡିଜେଲ ଲିଟର ପିଚ୍ଛା ୭୪ ଟଙ୍କା ୨୪ ପଇସା ରହିଛି ।