ନିର୍ବାଚନୀ ସଭାରେ ପରୋକ୍ଷରେ ଜୁଏଲଙ୍କୁ ସମାଲୋଚନା କଲେ ବିଜେଡ଼ି ସଭାପତି ! ସୁନ୍ଦରଗଡ଼ବାସୀଙ୍କ ଅସୁବିଧା ବିଷୟରେ ଅବଗତ, ହେଲେ ଚୁପ କାହିଁକି କେନ୍ଦ୍ରମନ୍ତ୍ରୀ ?

138

କନକ ବ୍ୟୁରୋ : ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ । ପଂଚମ ଥର ପାଇଁ ଶାସନ କରିବାକୁ ଜୋରସୋରେ ଉଦ୍ୟମ କରୁଛି ବିଜେଡ଼ି ସରକାର । ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକର ଲାଭ ସମ୍ମନ୍ଧରେ ଲୋକଙ୍କ ନିକଟରେ ବଖାଣୁଛନ୍ତି ବିଜେଡ଼ି ସଭାପତି ନବୀନ । ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଥିବାବେଳେ ଲୋକଙ୍କ ମନ କିଣିବା ପାଇଁ ଚେଷ୍ଟା ଜାରି ରହିଛି । ବିଜେଡ଼ି ସରକାର ରାଜ୍ୟରେ ଏକ ନମ୍ବର ଦଳ ଭାବେ ଛିଡ଼ା ହୋଇଛି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପନିର୍ବାଚନରେ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା । ଜନତାଙ୍କ ମନକଥା ଆକଳନ ହୋଇଯାଇଥିଲା । ୧୯ ବର୍ଷର ଶାସନ କାଳରେ ଲୋକଙ୍କ ମନ କିଣି ପାରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣିତ ହୋଇଥିଲା । ପୁଣି ଥରେ ଶାସନ ଭାର ସମ୍ଭାଳିବା ପାଇଁ ମୁଖ୍ୟମନ୍ତ୍ରୀ ବି ଜୋର ଲଗାଇଦେଇଛନ୍ତି ।

ଏହି କ୍ରମରେ ଆଜି ସୁନ୍ଦରଗଡ଼ ହେମଗିରି ନିର୍ବାଚନୀ ସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ପରୋକ୍ଷରେ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଟାର୍ଗେଟ କରିଛନ୍ତି । ଏହି ସଭାରୁ କେନ୍ଦ୍ରକୁ ଟାର୍ଗେଟ କରିବା ସହ ନାଁ ନନେଇ ଜୁଏଲ ଓରାମଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ସୁନ୍ଦରଗଡ଼ରୁ ଜଣେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଅଛନ୍ତି । ହେଲେ ସୁନ୍ଦରଗଡ଼ବାସୀଙ୍କ ସେ କିଛି କରିନାହାନ୍ତି । ବ୍ରାହ୍ମଣୀରେ ଦ୍ୱୀତିୟ ସେତୁ ତଥା ସୁପରସ୍ପେସାଲିଟି ହସ୍ପିଟାଲ ପାଇଁ ଲଗାତାର ଦାବି ହୋଇଆସୁଛି । ହେଲେ ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ । ସୁନ୍ଦରଗଡ଼ରୁ କେବଳ କମ୍ପାନୀ ଲାଭବାନ ହେଉଛି । କୋଇଲାରୁ କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ପାଉଛି । ଆଉ ସୁନ୍ଦରଗଡ଼ବାସୀ କେବଳ ଧୂଳିଧୂଆଁ ଆଉ ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି ।

୫ ବର୍ଷରେ ସୁନ୍ଦରଗଡ଼ବାସୀଙ୍କ ପାଇଁ କିଛି କରିନାହାନ୍ତି ବିଜେପି ସରକାର । ସୁନ୍ଦରଗଡ଼ ହକିର ଜନ୍ମଭୂମି । ସୁନ୍ଦରଗଡ଼କୁ ହକିର ଗଡ଼ କୁହାଯାଏ । ସାରା ଦେଶରେ ହକି ପାଇଁ ସୁନ୍ଦରଗଡ଼ ଭିନ୍ନ ପରିଚୟ ସୃଷ୍ଟି କରିଛି । ରାଜ୍ୟ ସରକାର ଓଡ଼ିଶାରେ ହକି ୱାଲ୍ଡ କପର ଆୟୋଜନ କରିଥିଲେ । ହେଲେ କେନ୍ଦ୍ର ସରକାର ସୁନ୍ଦରଗଡ଼ର ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ ଆଜି ଯାଏଁ କିଛି କରିନାହାନ୍ତି ।