କନକ ବ୍ୟୁରୋ : ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ବିଜେଡି କର୍ମୀ । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ ସ୍ୱାର୍ଥସାଧନ ପାଇଁ ପୂର୍ବତଟ ରେଳବାଇକୁ ଦୁଇଭାଗ କରିଦେଇଥିବା ଅଭିଯୋଗ କରିଛି ବିଜେଡି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନ ପାଇଁ ଓଡିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛି ବିଜେଡି ।
କେନ୍ଦ୍ର ସରକାର ଚକ୍ରାନ୍ତ କରି ଏହାର ୱାଲଟିୟର ଡିଭିଜନକୁ ଅଲଗା କରି ଦେଇଛି । ନୂଆ କରି ଦକ୍ଷିଣତଟ ରେଳବାଇ ଗଠନ କରି ବିଶାଖାପାଟଣାଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲିଛି ଓ ୱାଲଟିୟରର ପ୍ରମୁଖ ଅଂଶକୁ ସ୍ଥାନାନ୍ତର ପାଇଁ ନିଷ୍ପତି ନେଇଛି । ୱାଲଟିୟର ଡିଭିଜନର ପ୍ରମୁଖ ଅଂଶ ନବଗଠିତ ଦକ୍ଷିଣତଟ ରେଳବାଇ ସହ ମିଶାଇ ଓଡିଶାରେ ପୂର୍ବତଟ ରେଳବାଇର ରେଳ ସେବାକୁ ଦୁର୍ବଳ କରିଦେବାକୁ ଚକ୍ରାନ୍ତି କରିଛି ବୋଲି ବିଜେଡି ଅଭିଯୋଗ ଆଣି ପ୍ରତିବାଦ କରୁଛି । ପୂର୍ବତଟ ରେଳବାଇକୁ ବିଭାଜନ ନକରିବାକୁ ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/BJD-Biju-Janata-Dal-logo-768x469.jpg)