କନକ ବ୍ୟୁରୋ : ରାଜ୍ୟରେ ପଂଚାୟତ ନିର୍ବାଚନ ସରିଲା ପରେ ରାଜ୍ୟରେ ବିଭିନ୍ନ ବ୍ଲକରେ ବ୍ଲକ ଅଧ୍ୟକ୍ଷ ଗଠନ ହୋଇଛି । ଏନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ମୋଟ ୩୦୭ବ୍ଲକ ଅଧ୍ୟକ୍ଷ ପଦରୁ ବିଜେଡି ୨୧୮ଟି ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିବା ଦାବି କରିଛି । ସେପଟେ କଂଗ୍ରେସ ୪୫ ଓ ବିଜେପି ୨୯ଟି ବ୍ଲକ ଅଧ୍ୟକ୍ଷ ଗଠନ କରିଥିବା କୁହାଯାଇଛି ।
ପଂଚାୟତ ନିର୍ବାଚନରେ ବାହାସ୍ପୋଟ ମାରୁଥିବା ବିଜେପି ୧୬ଟି ଜିଲ୍ଲାରେ ଖାତା ଖୋଲି ପାରିନଥିବା ବେଳେ କଂଗ୍ରେସ ୧୩ଟି ଜିଲ୍ଲାରେ ଖାତା ଖୋଲିନାହିଁ ବୋଲି ବିଜେଡି ଦାବି କରିଛି । ପଂଚାୟତ ନିର୍ବାଚନରେ ବିଜେଡିକୁ ୭୧ପ୍ରତିଶତ, କଂଗ୍ରେସକୁ ୧୪ପ୍ରତିଶତ ଓ ବିଜେପିକୁ ୯ପ୍ରତିଶତ ଭୋଟ୍ ମିଳିଛି ବୋଲି ବିଜେଡି ଦାବି କରିଛି । ତେବେ ତୃଣମୂଳ ସ୍ତରରେ ବିଜେପି ଓ କଂଗ୍ରେସର ମୂଳପୋଛ ହୋଇଯିବ ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-12-08h49m18s597.png)