କନକ ବ୍ୟୁରୋ : ବିଜେପୁର ପାଇଁ ବିଜେଡିର କସରତ । ଭୁବନେଶ୍ୱରର ବିଜେଡି ପାର୍ଟି ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ବରଗଡର ସବୁ ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ବିଜେପୁର ନିର୍ବାଚନମଣ୍ଡଳୀର କିଛି ନେତା ସାମିଲ ହୋଇଥିଲେ । ବୈଠକ ପରେ ୩ ବରିଷ୍ଠ ନେତା ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ସ୍ନେହାଙ୍ଗିନୀ ଛୁରିଆ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ବିଧାନସଭା ଆସନ ଖାଲି ପଡିଛି । ଏହି ଉପନିର୍ବାଚନ ବିଜେଡି-ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ସୁବଳ ସାହୁଙ୍କ ପରିବାର ବିଜେଡିର ମିଶିସାରିଛନ୍ତି । ଏଠାରୁ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଛନ୍ତି । ବିଜେପି ପ୍ରାର୍ଥୀ ନେଇ ଏବେ ବି ସସପେନ୍ସ ଜାରି ରହିଛି । ବିଜେଡି ଛାଡି ବିଜେପିରେ ମିଶିଥିବା ଅଶୋକ ପାଣିଗ୍ରାହୀ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/3-6.jpg)