ବିଜେଡ଼ିର ନୂଆ ନିଯୁକ୍ତି ! ସଞ୍ଜୟ ବାବୁ ଓ ସନ୍ତୋଷ ଜେନାଙ୍କୁ ସମ୍ପାଦକ ନିଯୁକ୍ତ କଲେ ବିଜେଡ଼ି ସଭାପତି

Advertisment
ପ୍ରଧାନମନ୍ତ୍ରୀ ସିଟ୍ ପାଇଁ କିଏ ଫିଟ୍ ? ବିଜେଡି ନେତା ସୂର୍ଯ୍ୟ ପାତ୍ର ଛାଡ଼ିଲେ ଗୁଗୁଲୀ, ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ।

କନକ ବ୍ୟୁରୋ : ଆଜି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ବିଜେଡ଼ିର ରାଜ୍ୟ ପରାମର୍ଶଦାତା ସଞ୍ଜୟ ବାବୁଙ୍କୁ ମିଳିଛି ନୁଆ ନିଯୁକ୍ତି । ସଞ୍ଜୟ ବାବୁଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି । ସେପଟେ ସନ୍ତୋଷ ଜେନାଙ୍କୁ ମଧ୍ୟ ଦଳର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ସନ୍ତୋଷ କୁମାର ଲେଙ୍କାଙ୍କୁ ମିଡ଼ିଆ ପେନାଲିଷ୍ଟ ଭାବେ ନିୁଯକ୍ତି ଦିଆଯାଇଛି ।

ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ଆଉ ୪ ଦିନ । ଏପରିସ୍ଥଳେ ବିଜେଡ଼ିେରେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ବିଜେଡ଼ି ନେତାଙ୍କୁ ମିଳୁଛି ନୁଆଳ ନିଯୁକ୍ତି । ପଂଚମଥର ପାଇଁ ଗାଦି ସମ୍ଭାଳିବା ପାଇଁ ସାଂଗଠନିକ ସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବା ପାଇଁ ଏପରି ଅଦଳବଦଳ କରୁଛନ୍ତି । ୩ଦିନ ପୂର୍ବରୁ ମଧ୍ୟ ବିଜେଡ଼ି ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ବିଜେଡ଼ି ସଭାପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe