କେନ୍ଦ୍ରାପଡ଼ାରେ ଏବେ ବି ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ, ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଆସୁଛି ଭଏସ୍ କଲ୍ : ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

309

କନକ ବ୍ୟୁରୋ : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ପ୍ରଚାର କାର୍ଯ୍ୟ ଶେଷ ହୋଇସାରିଛି । ଏପଟେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି ପ୍ରତିନିଧି ଦଳ । କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି । କେନ୍ଦ୍ରାପଡ଼ାରେ ବିଜେପିର ସୋସିଆଲ ମିଡ଼ିଆ ସକ୍ରିୟ ରହିଛି । ଆଜି ବି ବିଜେପି ପାଇଁ ସୋସିଆଲ ମିଡ଼ିଆରେ ପ୍ରଚାର ଜାରି ରହିଛି ।

ସାଇଲେନ୍ସ ପିରିୟଡ଼ ଚାଲିଥିବା ବେଳେ ଲୋକଙ୍କ ପାଖକୁ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଭଲସ୍ କଲ୍ ଆସୁଛି । କେନ୍ଦ୍ରାପଡ଼ାର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାକୁ ଭୋଟ ଦିଅନ୍ତୁ ବୋଲି ଭଏସ୍ କଲରେ କୁହାଯାଉଛି । ବିଜେପି ସୋସିଆଲ ମିଡ଼ିଆରେ ଏବେ ବି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ନେଇ ସିଇଓଙ୍କୁ ଭେଟିଛି ବିଜେଡ଼ି ପ୍ରତିନିଧି ଦଳ ।

ସୂଚନାଯୋଗ୍ୟ ଗତକାଲି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଟଙ୍କା ବାଂଟୁଛନ୍ତି ବୋଲି ସିଇଓଙ୍କ ଦ୍ୱାରସ୍ଥ ହୋଇଥିଲା ବିଜେଡ଼ି । ୪ ଜଣ ସହଯୋଗୀଙ୍କ ସହାୟତା ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ବିଜେଡ଼ି କହିଥିଲେ ।