ନବୀନ ନିବାସରେ ଟିକେଟ ଲବି ! ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁର ସାଂସଦ ରୀତା ତରାଇ ଓ ବରଗଡ ସାଂସଦ ପ୍ରଭାସ ସିଂ

241

କନକ ବ୍ୟୁରୋ : ଘୋଷଣା ହୋଇଯାଇଛି ନିର୍ବାଚନ ତାରିଖ । ଓଡ଼ିଶାରେ ଆଉ ମାତ୍ର ୨୯ ଦିନ ପରେ ନିର୍ବାଚନ । କାହାକୁ ମିଳିବ ଟିକେଟ୍ ? ଟିକେଟ ଖଣ୍ଡିଏ ପାଇଁ ନବୀନ ନିବାସରେ ନେତାମାନଙ୍କ ଭିଡ଼ ଜମୁଛି । ନିର୍ବାଚନ ଯେମିତି ପାଖେଇ ଆସୁଛି, ରାଜନୈତିକ ଉସ୍ମତା ସେମିତି ବଢ଼ିବାରେ ଲାଗିଛି । ଏହାରି ଭିତରେ ପୁଣି ନେତାମାନେ ଟିକେଟ୍ ପାଇଁ ଆରମ୍ଭ କରି ଦେଇଛନ୍ତି ଲବି । ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ସାଂସଦମାନେ ଟିକେଟ୍ ଖଣ୍ଡିଏ ପାଇଁ ପାୱାର କରିଡରରେ ଭିଡ ଜମାଇଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ କିଏ ଟିକେଟ ପାଇବ କାହାର କଟିବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଆଉ ଏହାର ଭିତରେ ଟିକେସ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ଲବି । ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ଯାଜପୁର ସାଂସଦ ରୀତା ତରାଇ ଓ ବରଗଡ ସାଂସଦ ପ୍ରଭାସ ସିଂ । ୩୩ପ୍ରତିଶତ ମହିଳାଙ୍କୁ ସାସଦକୁ ପଠାଇବା ପାଇଁ ଗତକାଲି ଘୋଷଣା କରିବା ପରେ ଟିକେଟ ପାଇବା ନେଇ ପୁଣି ଥରେ ଆଶାବାଦୀ ହୋଇପଡିଛନ୍ତି ଉଭୟ ରୀତା ଓ ପ୍ରତ୍ୟୁଷା ।