କନକ ବ୍ୟୁରୋ : ବରିରେ ବୁଥ ରିଗିଂ ଘଟଣାକୁ ନେଇ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡ଼ି । ବୁଥ ରିଗିଂ ସହ ବିଜେଡ଼ି ସମର୍ଥକଙ୍କୁ ଧମକା ଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ବୁଥ ରିଗିଂର ଭିଡ଼ିଓ ଧରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡ଼ି ।
ସୂଚନା ଅନୁସାରେ ବରି ବିଧାନସଭା ଆସନର ପୁଲିଂ ଷ୍ଟେସନ୍ ନମ୍ବର ୧୫୮, ୧୬୨, ୧୬୩ ଏବଂ ୧୬୪ରେ ଖୁଲମ୍ଖୁଲା ରିଗିଂ ହେଉଥିବା ଅଭିଯୋଗ ହୋଇଛି । ମେଦୁଆକୁଳ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୧୫୮ ନମ୍ବର ପୁଲିଂ ଷ୍ଟେସନ୍, ବେନ୍ଜାରପୁର ଜେବି ସ୍କୁଲରେ ହୋଇଥିବା ୧୬୨ ନମ୍ବର ପୁଲିଂ ଷ୍ଟେସନ୍, ରାମପୁର ଏଲ୍ବି ନୋଡ଼ାଲ ସ୍କୁଲରେ ହୋଇଥିବା ୧୬୩ ନମ୍ବର ପୁଲିଂ ଷ୍ଟେସନ୍ ଏବଂ ସୁକଳା ନୋଡାଲ ସ୍କୁଲରେ ହୋଇଥିବା ୧୬୪ ପୁଲିଂ ଷ୍ଟେସନରେ ରିଗିଂ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି ପୁଲିଂ ଷ୍ଟେସନ୍ ବାହାରେ ଭୋଟର ଅପେକ୍ଷା କରି ରହିଛନ୍ତି । ଆଉ ଗେଟ୍ ବନ୍ଦ କରି ଭିତରେ କିଛି ଲୋକ ଜୋରଜବରଦସ୍ତ ପଶି ରିଗିଂ କରୁଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଏହି ୪ଟି ପୁଲିଂ ଷ୍ଟେସନ୍ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/BJD-2-1.jpg)